ବାଲେଶ୍ଵର:୧/୧୧(ବ୍ୟୁରୋ)ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନୟାପଡା ଗ୍ରାମ “ସେଭ ସି ” ନାମକ ଏକ ଚିଙ୍ଗୁଡ଼ି ଓ ଔଷଧ ବିତରଣ ସଂସ୍ଥା ଠାରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ନେଇ ଆଠ ବର୍ଷ ଧରି ଲୁଚ କାଳି ଖେଳ ଖେଳି ଆସୁଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବଡବୁଦା ଗ୍ରାମ ର ଜିତ ଟ୍ରେଡ଼ର୍ସ ର ମାଲିକ ନକୁଳ ମୁଦଲି ଗିରଫ.ସୂଚନା ଅନୁସାରେ ନୟାପଡା ଗ୍ରାମ ର ଶୋଭାରାଣୀ ସାହୁ ୧୯୯୮ ମସିହା ରେ ସେଭ ସି ନାମକ ଏକ ସଂସ୍ଥା ଜରିଆରେ ଚିଙ୍ଗୁଡ଼ି ଓ ଔଷଧ ସବ ଡିଲର ମାନଙ୍କୁ ବିତରଣ କରିଆସୁଥିଲେ. ତେବେ ଗତ ୨୦୧୭ ମସିହା ରେ ଜଗତସିଂହପୁର ଜିଲ୍ଲା ବଡବୁଦା ଗ୍ରାମ ର ଜିତ ଟ୍ରେଡ଼ର୍ସ ନାମକ ସଂସ୍ଥା ର ମାଲିକ ନକୁଳ ମୁଦଲି ସଂସ୍ଥା ସହ ଯୋଡି ହୋଇ ନିୟମିତ ବେପାର କରିବାର ଚୁକ୍ତି କରିଥିଲେ. ତେବେ କରୋନା ସମୟ ରେ ବେପାର ରେ କ୍ଷତି ହୋଇଥିବା ଦର୍ଶାଇ, ବକେୟା ଟଙ୍କା ପରିଶୋଧ ନ କରି, ତାଙ୍କର ନେହୁରା କ୍ରମେ ସେଭ ସି ର ମାଲିକ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ. ତେବେ ୨୦୨୩ ସୁଦ୍ଧା ବକେୟା ପରିମାଣ ଏକ କୋଟି ସତେଇସ ଲକ୍ଷ ଷାଠିଏ ହଜାର ସାତ ସହ ଏକତିରିଶ ଟଙ୍କା ଥିବାରୁ, ତାଙ୍କୁ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା. ତେବେ ସୂଚନା ପାଇ ଶ୍ରୀ ମୁଦଲି ସଂସ୍ଥା କୁ ପଚାଶ ଲକ୍ଷ ଟଙ୍କା ର ଚେକ ପ୍ରଦାନ କରିବା ସହିତ ତାଙ୍କ ନାମ ରେ ଥିବା କିଛି ସମ୍ପତି ରେଜେଷ୍ଟ୍ରି କରିବାର ପ୍ରତିଶୃତି ଦେଇଥିଲେ. ତେବେ ପ୍ରତିଶୃତି ଅନୁଯାଇ ଏରସମା ସବ- ରେଜିଷ୍ଟର କାର୍ଯ୍ୟାଳୟ ରେ ସ୍ଲଟ ବୁକିଂ କରାଯାଇଥିଲା.ହେଲେ ଶ୍ରୀ ମୁଦଲି କାର୍ଯ୍ୟାଳୟ କୁ ଆସିନଥିଲେ କିମ୍ୱା କୌଣସି ଯୋଗାଯୋଗ କରିନଥିଲେ. ହେଲେ ସେଭ ସି ସଂସ୍ଥା ପକ୍ଷରୁ ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବାରୁ ଶ୍ରୀ ମୁଦଲି ପାଲଟା ମକର୍ଦମା କରିବା ର ଧମକ ଦେଇ ଆସୁଥିଲେ. ଏହାକୁ ନେଇ ସେଭ ସି ର ମାଲିକ ବସ୍ତା ଥାନା ର ଦ୍ୱାରସ୍ଥ ହୋଇଥିଲେ. ବସ୍ତା ପୋଲିସ ଅଭିଯୋଗ କୁ ଗୁରୁତର ସହ ତର୍ଜମା କରି ୩୪୬/୨୫ ମୂଳେ ଅଭିଯୁକ୍ତ କୁ କୁଜଙ୍ଗ ଥାନା ବଡବୁଦା ଗ୍ରାମ ରୁ ଗିରଫ କରି ଆଜି କୋର୍ଟ ପଠାଇଛି.