ବାଲେଶ୍ଵର :୨୯/୧୦(ବ୍ୟୁରୋ) ସଫା କରୁଥିବା ବେଳେ ନାଗ ସାପ କାମୁଡାରେ ଯୁବକ ମୃତ ।
ମୃତକ ଜଣକ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗୋହିରାଗଡିଆ ଗ୍ରାମର ସୁରେନ୍ଦ୍ର ହାତୀ,ସୁଚନା ଅନୁଯାୟୀ ଆଜି ଭୋର ସମୟରେ ସୁରେନ୍ଦ୍ର ଠାକୁର ପୂଜା କରିବା ପାଇଁ ଠାକୁର ଘର ସଫା କରୁଥିବା ସମୟରେ ଘର ଭିତରେ ଥିବା ଏକ ବିଷଧର ନାଗସାପ କାମୁଡ଼ି ଦେଇଥିଲା,ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ , ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି