Skip to content
ବସ୍ତା:୨୭।୧୦(ବ୍ୟୁରୋ) ବସ୍ତା ବ୍ଲକ୍ ତାଡ଼ଦା ପଞ୍ଚାୟତ ଅନ୍ତର୍ଗତ ତାଡ଼ଦା ଗ୍ରାମରେ ନିର୍ମାଣଧୀନ ମାର୍କେଟ କମ୍ପ୍ଲେକ୍ସର ପ୍ରଥମ ପର୍ଯ୍ୟାୟ କାମ ୬ମାସ ପୂର୍ବେ ସରିଥିଲେ ହେଁ ବ୍ଲକ୍ ପ୍ରଶାସନ ବିଲ ପ୍ରଦାନ କରିବାରେ ଅହେତୁକ ବିଳମ୍ବ ପ୍ରଦର୍ଶନ କରୁଥିବାରୁ ପନ୍ଦର ଦିନ ମଧ୍ୟରେ ପ୍ରାପ୍ୟ ନମିଳିଲେ ବ୍ଲକ୍ ଅଫିସ୍ ଘେରାଉ କରିବେ ବୋଲି ଗ୍ରାମବାସୀ ସୋମବାର ବିଡ଼ିଓଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଏହି ପଞ୍ଚାୟତର ତାଡ଼ଡା ଗ୍ରାମରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ୨୦୨୧/୨୨ ମସିହାରେ ଦଶଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପରେ ତହସିଲଦାରଙ୍କ ଜରିଆରେ ସ୍ଥାନ ନିରୂପଣ କରାଯିବା ସହ ବିଭାଗୀୟ ଜେଇ ଏବଂ ଏଇ ସ୍ଥାନ ନିରୂପଣ କରାଇ ଉକ୍ତ ପ୍ରକଳ୍ପଟିକୁ କାମ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ଏହାପରେ ଗ୍ରାମବାସୀ କାର୍ଯ୍ୟଟିକୁ ଆରମ୍ଭ କରିଥିଲେ।ପ୍ରକଳ୍ପଟିର କିଛି ମାତ୍ରା କାମ କରି ସରିଲା ପରେ ଏଇ ହଠାତ ଗ୍ରାମବାସୀଙ୍କୁ କାମ କରିବା ପାଇଁ ମନାକଲେ। ଫଳରେ ଉକ୍ତଦିନ ଠାରୁ କାମ ସ୍ଥଗିତ ରହିଥିଲା। ସରପଞ୍ଚ ପ୍ରଭାତ କୁମାର ଦାସ, ଏଇ ବିକ୍ରମ ଜେନା ଓ ଜେଇ ଯତୀନ୍ଦ୍ର ସିଂଙ୍କ ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟଟିକୁ ଗ୍ରାମବାସୀ ଦାୟିତ୍ବ ନେଇ କରିଥଲେ। ଫଳରେ ପ୍ରକଳ୍ପଟିର ପ୍ରଥମ ପର୍ଯ୍ୟାୟ ବିଲ ପାଇବା ପାଇଁ ଗ୍ରାମବାସୀ ବାରମ୍ବାର ବ୍ଲକକୁ ଧାଇଁଥିଲେ। ମାତ୍ର ଇତି ମଧ୍ୟରେ ୬ମାସ ପୁରିଯାଇଥିଲେ ହେଁ ଗ୍ରାମବାସୀ କୌଣସି ବିଲ ପତ୍ର ପାଇନଥିଲେ। ବାରମ୍ବାର କହିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଆଜି କାଲି କହି ସମୟ ଗଡ଼ାଇ ଚାଲିଥିଲେ। ଏଣୁ ଆସନ୍ତା ପନ୍ଦର ଦିନ ମଧ୍ୟରେ ହୋଇଥିବା କାର୍ଯ୍ୟର ବିଲ (ପ୍ରାପ୍ୟ) ଏବଂ କାମ କରିବା ନିମନ୍ତେ ଅନୁମତି ପ୍ରଦାନ କରାନଯାଏ ତେବେ ଗ୍ରାମବାସୀଙ୍କ ସମେର ସମେତ ସରପଞ୍ଚ ଶ୍ରୀ ଦାସ, ସମିତି ସଭ୍ୟା ରୀତାରାଣୀ ଦଣ୍ଡପାଟ ଏବଂ ୱାର୍ଡ ମେମ୍ବର ମାନେ ବ୍ଲକ ଅଫିସ ଆଗରେ ଆମରଣ ଅନଶନ ଧାରଣାରେ ବସିବେ ବୋଲି ସୋମବାର ଏକ ଦାବିପତ୍ର ମାଧ୍ୟମରେ ବିଡ଼ିଓ ମିହିର ରଂଜନ ବେହେରାଙ୍କୁ ଜଣାଇଛନ୍ତି ।