ବାଲେଶ୍ଵର:୧୦/୧୧(ବ୍ୟୁରୋ): ଗତ ବୁଧବାର ବିଳମ୍ବିତ ରାତିରେ ବସ୍ତା ଥାନା ଅନ୍ତର୍ଗତ ନଳବାହାର ଛକରେ ଥିବା ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳଙ୍କ ଜଳଖିଆ ଦୋକାନ ଓ ମଝିସାହି ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଘଟଣାକୁ ୬ଦିନ ବିତିଯାଇଥିବା ବେଳେ ଥାନାଧିକାରୀ ରଞ୍ଜିତ କୁମାର ସାହୁ ଏକ ଦଳ ଗଠନ କରି ଖବରୀ(ଗୁଇନ୍ଦା) ମାନଙ୍କୁ ସକ୍ରିଅ କରାଇ ଦୁର୍ବୃତ୍ତ ମାନଙ୍କର ଟେର୍ ନେବା ପାଇଁ ଚେଷ୍ଟା ଜାରି ରଖିଥିଲେ। କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଚୋରିରେ ନଳବାହାର ମାଝିସାହି ଗ୍ରାମର ଗଣେଶ ଗାଣ(୧୮), ଭାଗବତ ବେହେରା(୩୫) ଓ ପାଗୁଲୁ ମାଝୀ(୪୧) ଙ୍କର ସଂପୃକ୍ତି ଥିବା ଜାଣିବାକୁ ପାଇ ପୁଲିସ ରବିବାର ବିଳମ୍ବିତ ରାତିରେ ସେମାନଙ୍କୁ ଗିରଫ୍ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୨ଟି ଗ୍ୟାସ ଟାଙ୍କି, ଗୋଟିଏ ସାଉଣ୍ଡ ସିଷ୍ଟମ ଓ ଗୋଟିଏ ଷ୍ଟାବିଲାଇଜର ଜବତ ହୋଇଥିବା ବେଳେ ସେମାନଙ୍କ ସହ ଉକ୍ତ ଚୋରିମାନଙ୍କରେ ବହୁ ଯୁବକଙ୍କର ସଂପୃକ୍ତି ଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି। ଏ ସମ୍ପର୍କରେ ୪୫୭/୨୫ ମୂଳେ ଏକ ମାମଲା ରୁଜୁ ହୋଇ ଗିରଫ୍ ୩ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।