କୃଷ୍ଣପ୍ରସାଦ :୧୧/୧୨(ପିକୁନ ଜେନା) ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ଗଡ ଇପିଙ୍ଗ ଗ୍ରାମର ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବାରିକ ଙ୍କ ଧର୍ମପତ୍ନୀ ସ୍ବର୍ଗତ ପ୍ରେମଲତା ବାରିକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ବଡ଼ ପୁଅ ଯୁବକବି ତଥା ସାମ୍ବାଦିକ ମନୋଜ କୁମାର ବାରିକ ଙ୍କ ନେତୃତ୍ବରେ ଆତ୍ମାର ସଦଗତି କାମନାର୍ଥେ ସୁନ୍ଦରକାଣ୍ଡ ପାଠ, ନାମ ସଙ୍କୀର୍ତ୍ତନ ,ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ , ଏବଂ ସ୍ମୃତି ଚାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !
ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପୌରହିତ୍ୟ ବରିଷ୍ଠ ଶିକ୍ଷାବିତ୍ ତଥା ପାଲାକାର ଶ୍ରୀ ସଦାନନ୍ଦ ଗୌଡ଼, ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୟୂରଭଞ୍ଜ ଜିଲ୍ଲାର କାର୍ଯ୍ୟରତ Dsp ଅଜୟ କୁମାର ବାରିକ,ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ନୀଳକଣ୍ଠ ତ୍ରିପାଠୀ, ଅବସର ସେନା ଅଧିକାରୀ କାଳନ୍ଦୀ ଚରଣ ବାରିକ ପ୍ରାକ୍ତନ ଶିକ୍ଷକ ନିରଞ୍ଜନ ବିଶ୍ୱାଳ, ନିର୍ମଳ ରଣସିଂହ, ରବୀନ୍ଦ୍ର ବାରିକ ଏବଂ ମୁଖ୍ୟ ବକ୍ତା ଭାବେ ଆମ ପୁସ୍ତକ ମେଳା ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ଦଳେଇ ଯୋଗ ଦେଇ ସ୍ବର୍ଗତ ପ୍ରେମଲତା ବାରିକଙ୍କ ସୁଗୁଣ ଗାନ କରିଥିଲେ ଏବଂ ସ୍ଥାନୀୟ ପାରିକୁଦ ଅଞ୍ଚଳର କବି କବୟିତ୍ରୀ ମାନଙ୍କୁ ନେଇ ମାତୃତ୍ଵ ର ସ୍ନେହ ଉପରେ କବିତା ପାଠ କରିଥିଲେ ।ଉପସ୍ଥିତ କବି ମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ଵାରିକୀ, ପ୍ରେମ ଚାନ୍ଦ ପାତ୍ର, ରାଧାଶ୍ୟାମ ବିଶ୍ଵାଳ, ବିଦ୍ୟାଧର ପ୍ରଧାନ, କାଶୀନାଥ ଜେନା, ବାବୁଲି ନାୟକ ଙ୍କ ସମେତ ୨୦ ରୁ ଉର୍ଦ୍ଧ କବି ମାନଙ୍କୁ ନେଇ କବିତା ପାଠ କରାଯାଇଥିଲା ତତ୍ ସହିତ ପାରିକୁଦ କଳାକୃତି ଅନୁଷ୍ଠାନ ପକ୍ଷରୁ କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳ ରେ ଥିବା 10 ରୁ ଉର୍ଦ୍ଧ ସାମ୍ବାଦିକ ମାନଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ମନୋଜ କୁମାର ବାରିକଙ୍କ ଦ୍ଵାରା ଉପସ୍ଥିତ ଅତିଥି ମାନଙ୍କ ଗହଣରେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରତାପ ହରିଚନ୍ଦନ , ବିରଞ୍ଚି ନାରାୟଣ ଦାଶ, ସୁଦର୍ଶନ ଦାଶ,ଦେବେନ୍ଦ୍ର ନାଥ ଦଳାଇ, ପିଙ୍କୁନ୍ ଜେନା, ଲିଲନ୍ କୁମାର ଜେନା କାଳୁରାମ୍ ନାୟକ ତତ୍ ସହିତ
ମାଆକୁ ହୃଦୟର ସହିତ ଭଲପାଉଥିବା ପୁତ୍ର ମନୋଜ କୁମାର ବାରିକ ଙ୍କୁ ଅନେକ ବୁଦ୍ଧି ଯିବି ମହଲରୁ ପ୍ରଶଂସା ର ସୁଅ ଛୁଟିଛି । ପରିଶେଷରେ ପୁତ୍ର ମନୋଜ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।