Oplus_131072
ବାଲେଶ୍ଵର:୬/୧(ବ୍ୟୁରୋ)ବାଲେଶ୍ଵର ଜିଲ୍ଲା ରେ ଏବେ ବିଜେଡି ଦୁର୍ବଳ ହେବାକୁ ଲାଗିଛି । ଏଜାବଦ୍ ବାଲେଶ୍ଵର ଜିଲ୍ଲାର ଜିଲ୍ଲା ସଭାପତି ନାମ ଘୋଷଣା କରିପାରି ନାହାନ୍ତି ଦଳର ସୁପ୍ରିମ ନବୀନ ପଟ୍ଟନାୟକ। ଯାହା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ଓଡ଼ିଶା ରେ ୨୮ ଜିଲ୍ଲାରେ ସଭାପତି ନାମ ଘୋଷଣା ହୋଇସାରିଥିଲା ବେଳେ ଦୁଇ ଟି ଜିଲ୍ଲା ର ସଭାପତି ନାମ ଘୋଷଣା ହୋଇପାରିଲା ନାହିଁ । ରାଜ୍ୟ ର ସମସ୍ତ ଜିଲ୍ଲାରେ ବିବାଦ ଲାଗିରହିଥିବା ବେଳେ ବାଲେଶ୍ଵର ଜିଲ୍ଲାରେ ହିଏତ ଅଧିକ ରହିଛି ଦଳର ଗୋଷ୍ଠୀ କନ୍ଦଳ। ୨୦୨୪ ର୍ନିବାଚନରେ ୭ଟି ଆସନ ରୁ ମାତ୍ର ତିନୋଟି ଆସନ ବଜେଇ ରଖିଛି ବିଜୁଜନତା ଦଳ ।

ଯଦି ଦେଖିବା ପୂର୍ବତନ ଜିଲ୍ଲା ସଭାପତି ପୂର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଙ୍କ ଉଦ୍ୟମରେ ଉତ୍ତର ବାଲେଶ୍ଵର ତିନୋଟି ର୍ନିବାଚନ ମଣ୍ଡଳୀ ବସ୍ତା, ଜଳେଶ୍ଵର ଓ ଭୋଗରାଇ ଏହି ତିନୋଟି ଆସନକୁ ବିଜୁଜନତା ଦଳ ନିଜ କବଜାରେ ରଖିଛି । ଅନ୍ୟପଟେ ଦେଖିବା ଏବେ ବାଲେଶ୍ଵର ଜିଲ୍ଲାର କାମଚଳା ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇଥିବା ଜ୍ୟୋତି ପାଣିଗ୍ରାହୀ ଙ୍କ ତତ୍ତ୍ବାବଧାନରେ ଚାରୋଟି ର୍ନିବାଚନ ମଣ୍ଡଳୀ ରେ ବିଜୁଜନତା ଦଳକୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ସେବେ ଠାରୁ ଆରମ୍ଭ ହୋଇଥିଲା ବାଲେଶ୍ଵର ବିଜୁଜନତା ଦଳର ଗୋଷ୍ଠୀ କନ୍ଦଳ। ଏମିତି ଦେଖିବାକୁ ମିଳୁଛି ଜଣକ ପାଖରେ ରହିଛି କ୍ଷମତା ତ ଅନ୍ୟ ଜଣକ ଙ୍କ ପାଖରେ ରହିଛି ବିପୁଳ ଜନ ସମର୍ଥକ। ଯାହାଙ୍କ ପାଖରେ କ୍ଷମତା ରହିଛି ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ର ପୂର୍ବତନ ବିଧାୟକ ତଥା ଏବେର ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଉଥିବା ଜ୍ୟୋତି ପ୍ରଣିଗ୍ରାହୀ ଙ୍କ ଗୋଷ୍ଠୀ। ତାଙ୍କ ସହିତ ରହିଛନ୍ତି ସଦର ବିଧାୟକ ସ୍ଵରୂପ କୁମାର ଦାସ , ନିଳଗିରି ର ପୂର୍ବତନ ବିଧାୟକ ସୁକାନ୍ତ ନାୟକ , ରେମୁଣା ର ପୂର୍ବତନ ବିଧାୟକ ସୁଦାମା ପରିଡ଼ା ଓ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ତାଙ୍କ ସହିତ ରହିଥିବାର ଯାହା ନଜିର୍ ରହିଛି। ଏମାନଙ୍କ ପାଖରେ କ୍ଷମତା ରହିବା ସହିତ ଉପର ସ୍ତରୀୟ ନେତା ଙ୍କ ହାତ ତାଙ୍କ ମୁଣ୍ଡ ଉପରେ ରହିଛି। ଅନ୍ୟ ଜଣେ ହେଲେ ବିଜୁଜନତା ଦଳର ମଙ୍ଗୁଆଳ ଯାହା ଙ୍କ ପାଖରେ ରହିଛି ଅନେକ ଦକ୍ଷତା, କ୍ଷମତା , ଅଭିଜ୍ଞତା,ଅନୁଭୂତି ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ପୂର୍ବତନ ସାଂସଦ ପୂର୍ବତନ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା। ତାଙ୍କ ସମର୍ଥନରେ ବିଭିନ୍ନ ବ୍ଲକରେ ତାଙ୍କର ମଧ୍ୟ ସ୍ବତନ୍ତ୍ର ସଙ୍ଗଠନ ରହିଛି। ଲୋକମାନେ ତାଙ୍କ ସପକ୍ଷରେ ଅଛନ୍ତି ଲୋକ ମାନେ ତାଙ୍କୁ ଭଲପାଆନ୍ତି ଏବଂ ଭୋଟ ଦେବାକୁ ମନୋସ୍ତ ମଧ୍ୟ କରି ରହିଛନ୍ତି। ତାଙ୍କ ସମର୍ଥନରେ ରହିଛନ୍ତି ଜିଲ୍ଲା ପରିଷଦ ସଭାପତି,ମୁନ୍ୟାସିପାଲଟି ଚେୟାରମେନ, ବ୍ଲକ ଚେୟାରମେନ , ପଞ୍ଚାୟତ ସ୍ତରୀୟ କର୍ମୀ । କିନ୍ତୁ ଯେଉଁ ଦୁଇଟି ଗୋଷ୍ଠୀ ରହିଛି ସେ ମାନଙ୍କ ମଧ୍ୟରୁ ଶ୍ରୀ ଜେନା ଙ୍କ ସହିତ ସବୁଠାରୁ ଭଲ ସମ୍ପର୍କ ରହିଛନ୍ତି ଭୋଗରାଇ ର ବିଧାୟକ ଗୋତ୍ତମ ବୁଦ୍ଧ ଦାସ ଓ ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର ଆଉ ବସ୍ତା ରେ ରହିଛନ୍ତି ତାଙ୍କ ସହଧର୍ମିଣୀ ସୁବାସିନୀ ଜେନା ।ଏହି ତିନୋଟି ର୍ନିବାଚନ ମଣ୍ଡଳୀ ଲୋକ ତାଙ୍କୁ ବହୁ ଭଲପାଆନ୍ତି। ଗଣମାଧ୍ୟମ ଯେଉଁ ଚର୍ଚ୍ଚା ଲାଗିରହିଛି ଶ୍ରୀ ଜେନା ଦଳ ପରିବର୍ତ୍ତନ କରିପାରନ୍ତି । ଯଦି ଶ୍ରୀ ଜେନା ଦଳ ପରିବର୍ତ୍ତନ କରନ୍ତି ତାହାହେଲେ ବାଲେଶ୍ଵର ଜିଲ୍ଲା ରେ ବିଜୁଜନତା କୁ ଶକ୍ତ ଧକ୍କା ଲାଗିବା ସହିତ ଦଳ ଦୁର୍ବଳ ହୋଇପଡିବ ବୋଲି ଯାହା ବୃଦ୍ଧିଜୀବି ମହଲରୁ ଚର୍ଚ୍ଚା ଲାଗିରହିଛି ।