Skip to content
ବସ୍ତା :୨୭/୧୦(ବ୍ୟୁରୋ) ବସ୍ତା ବ୍ଲକ କୁଡିଆ ପଞ୍ଚାୟତ ବେଲଶୁଣୀ ପଡ଼ିଆରେ ମହୀରାବଣ ପୋଡ଼ି କମିଟି ଆନୁକୂଲ୍ୟରେ ରବିବାର ଦିନ ବିଶାଳ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୦୦୧ ମସିହାଠାରୁ ବେଲା ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ କାଳୀପୂଜା ଅବସରରେ ମହିରାବଣ ପୋଡ଼ି କରି ଆସୁଛନ୍ତି । ଏଥିପାଇଁ ସ୍ଥାନୀୟ ନେତୃତ୍ବ ଏବଂ ସମାଜସେବୀ ଙ୍କ ଉପସ୍ଥିତି ରେ ଦୀର୍ଘ ବର୍ଷ ଧରି ହୋଇଆସୁଛି ।
କମିଟି ସଭାପତି ଅନନ୍ତ କୁମାର ଜେନା ଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦେଇ ଅଧର୍ମର ପରାଜୟ ଘଟି ଧର୍ମର ହେବ ଜୟ ବୋଲି କହିଥିଲା ବେଳେ କୁଡ଼ିଆ ପଞ୍ଚାୟତ ର ସରପଞ୍ଚ ଗୈ।ରାଙ୍ଗ ଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ପ୍ରଦୀପ ବିଶ୍ବାଳ , ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରା, ଜିଲ୍ଲା ପରିଷଦ ଦେବିକା ସୋରେନ,ଯୁବ ନେତା ପୂର୍ଣ୍ଣଚନ୍ଦ୍ର ଜେନା, ଯୁବନେତା ରାଜେଶ କୁମାର ଗିରି,ଅମର କୁମାର ଜେନା, ନୃସିଂହ ଚରଣ ଦାସ ,ହିତେଶ କୁମାର ଜେନା, ମୃତ୍ୟୁଞ୍ଜୟ ବେହେରା, ଜୀବନଜ୍ୟୋତି ବେହେରା , ହରିଶ୍ଚନ୍ଦ୍ର ଜେନା, ସଞ୍ଚୟ ଜେନା, ଫକୀର ଜେନା ଉପସ୍ଥିତ ଥିଲାବେଳେ
କମିଟି ସମ୍ପାଦକ ଅଭିମନ୍ୟୁ ଜେନା,ପ୍ରଭାତ ଜେନା, ଅକ୍ଷୟ ଜେନା, ପରେଶ୍ ଜେନା, ବିନୋଦ ଜେନା,ଗିରିଶ ଚନ୍ଦ୍ର ଜେନା,ଟିଟନ ଜେନା, ଚଗୁଲୁ ପାତ୍ର, ଦିନେଶ ଜେନା,ଅଭୟ ଜେନା, ଚନ୍ଦନ ଜେନା, ବିଶ୍ଵଜିତ ଗିରି ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ରାକେଶ ଜେନା ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ।