ବସ୍ତା:୫/୧୧(ବ୍ୟୁରୋ) ବସ୍ତା ବ୍ଲକ ବିଭିନ୍ନ ଅଞ୍ଚଳରେ ଗତ ପାଞ୍ଚଦିନ ଧରି କାର୍ତିକ ମାସର ପଞ୍ଚକବ୍ରତ ପାଳନ କରାଯାଉଅଛି। ଶନିବାର ପଞ୍ଚକ ବ୍ରତର ପ୍ରଥମ ଦିନ ବଡ ଏକାଦଶୀରେ ଏହା ଆରମ୍ଭ କରାଯାଇଥାଏ। ଆଜି ଚତୁର୍ଥ ଦିନ ରେ ପହଞ୍ଚି ଛି । କୃଷ୍ଣାବତାରର ବିବିଧ ଲୀଳା ମଧ୍ୟରୁ ଶ୍ରେଷ୍ଠ ଲୀଳା ହେଉଛି ‘ରାସ’ । କାର୍ତିକ ପୂର୍ଣିମା ଦିନ ଶ୍ରୀକୃଷ୍ଣ ଏହି ଲୀଳା ଆରମ୍ଭ କରିଥିଲେ ବୋଲି ଏହାର ନାମ ରାସପୂର୍ଣିମା ହୋଇଛି ।
ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁଙ୍କ ଶ୍ରୀରାମ ଅବତାରର ବନବାସ ସମୟରେ, ମୁନିମାନଙ୍କ କାମନା ପୂରଣ ପାଇଁ ବର ପ୍ରଦାନ କରିଥିଲେ । ତେଣୁ ସେହି ମୁନିମାନେ ଦ୍ଵାପର ଯୁଗରେ, ଗୋପରେ ନାରୀ ଜାତ ହୋଇ ଶ୍ରୀକୃଷ୍ଣଙ୍କର ସଙ୍ଗ ଲାଭ କରିଥିବା ଶ୍ରୀମତ ଭାଗବତରେ ଉଲ୍ଲେଖ ରହିଛି । ଏଣୁ କୃଷ୍ଣଭକ୍ତ ସମୁଦାୟ ରାସ ପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ଭଗବାନଙ୍କ ଲୀଳାକୁ ଉତ୍ସବ ଭାବେ ପାଳନ କରିଥାନ୍ତି।ଏହି ଅବସରରେ ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକ କଦଳୀହଣ୍ଡା ଗ୍ରାମରେ ଧୁମଧାମରେ ପାଞ୍ଚୁକ ବ୍ରତଧାରୀମାନେ ମା ବାଶୁଳୀ ଦେବୀ ଙ୍କୁ ଦର୍ଶନ କରିବା ସହିତ ଅନ୍ୟ ବ୍ରତଧାରୀ ମାନେ ପୂଣ୍ୟ ପ୍ରାପ୍ତି ମିଳିବାର ବିଶ୍ୱାସ ରଖି ସମୁଦ୍ର, ନଦୀ,ପୋଖାରୀ ବୁଡ଼ ପକାଇ ବିଭିନ୍ନ ମନ୍ଦିର ଓ ମଠ ପହଞ୍ଚି ମହାଦେବ ଦର୍ଶନ କରିଛନ୍ତି | କାର୍ତିକ ମାସକୁ ପୂଣ୍ୟ ମାସ କୁହାଯାଏ।ଏହି ମାସ ସାରା ଆକାଶ ଦୀପ ପ୍ରଜ୍ବଳନ ହୋଇଥାଏ।ତେଣୁ ମାସର ଶେଷ ପାଞ୍ଚ ଦିନ ପଞ୍ଚକ ବ୍ରତ ପାଳନ କରାଯାଇ ଥାଏ। ପଞ୍ଚକ ଆରମ୍ଭ ଦିନ ଚଉରା ମୂଳରେ ମୁରୁଜ ତିଆରି କରାଯାଏ। ପଞ୍ଚକରେ କାର୍ତିକ ପୂର୍ଣ୍ଣିମାରେ ଓଡ଼ିଶାବାସୀ ଡଙ୍ଗା ଭସାଇ ପାଳନ କରିଥାନ୍ତି|ଏହାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ ଉତ୍କଳର ପ୍ରାଚୀନ ଇତିହାସ ଓ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ଖୁବ୍ ବୈଶିଷ୍ଟ୍ୟ ରହିଛି|ସାଧବମାନେ କାର୍ତିକ ପୂର୍ଣିମା ଦିନରୁ ବୋଇତ ନେଇ ଦୂରଦେଶକୁ ବେପାର ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ବାହାରି ଯାଉଥିଲେ ।ତେବେ ହିନ୍ଦୁ ଧର୍ମରେ ଡଙ୍ଗା ଭସାଇବା ଦ୍ବାରା ଭକ୍ତ ପୁଣ୍ୟ ଅର୍ଜନ କରିବା ସହିତ ଦାନ ଧର୍ମ କରିବାର ମାନ୍ୟତା ରହିଛି।ହେଲେ ବିଭିନ୍ନ ଶୈବପୀଠରେ ବାବା ଙ୍କୁ ସ୍ନାନ କରାଯିବା ପରେ ମଙ୍ଗଳାରତା, ସକାଳ ଧୂପ ଆଦି ସମସ୍ତ ରୀତିନୀତିରେ ପାଳନ କରାଯାଉଛି।