Oplus_131072
ବାଲେଶ୍ଵର:୨୯/୧୦(ବ୍ୟୁରୋ) : ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସରକାରୀ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷା ସଂସ୍ଥା ଓ ସଂଗଠନରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମଙ୍ଗଳବାର ବସ୍ତା ଥାନା ପରିସରରେ ଆଇଆଇସି ରଣଜିତ ସାହୁଙ୍କ ଅଧ୍ୟକ୍ଷତାରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତହସିଲ କାର୍ଯ୍ୟାଳୟରେ ତହସିଲଦାର ସୁଶାନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି ।
