Skip to content
ବସ୍ତା:୨୫/୧୦(ବ୍ୟୁରୋ):ଆଜି ବସ୍ତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ “ଅପରାହ୍ନ”ପତ୍ରିକା ପକ୍ଷରୁ ସାମ୍ବାଦିକ ଏକତା, କବିତା ପାଠୋତ୍ସଵ,ସାରସ୍ୱତ ସମାରୋହ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କବିତା ପାଠୋତ୍ସବରେ କୁମୁଦ ରଞ୍ଜନ ଗିରି,ଜୟନ୍ତୀ ବେହେରା,କମଳ କାମିନୀ ଦେ,ବିଜୟ କୁମାର ପରିଡା,ପତ୍ରିକାର ପ୍ରକାଶିକା ଲକ୍ଷ୍ମୀ ପ୍ରିୟା ଦାସ କବି ମାନଙ୍କର କବିତା ସଂଯୋଜନା କରିଥିଲେ।ସାମ୍ବାଦିକ ଏକତା ସମାରୋହରେ ମୁଖ୍ୟ ଅତିଥି ବିଧାୟିକା ସୁବାସିନୀ ଜେନା ପରିବର୍ତ୍ତିତ ପରିସ୍ଥିତିରେ ସାମ୍ବାଦିକ ବନ୍ଧୁମାନେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ।ଏଥିରେ ମୁଖ୍ୟ ବକ୍ତା ଭାବେ ପୁଲିସ ଏସଡିପିଓ ମାନସ କୁମାର ଦେଓ, ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା,ବିଜେପିର ବରିଷ୍ଠ ନେତା ଶ୍ୟାମାପ୍ରସାଦ ବେହେରା,ପରିବେଶବିତ ସୁମନ୍ତ କୁମାର ଜେନା,କଂଗ୍ରେସ ଜିଲ୍ଲା ମୁଖପାତ୍ର ସୁଧାଂଶୁ ଶେଖର ଜେନା,ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର , ସାମ୍ବାଦିକ ସଙ୍ଘ ବସ୍ତା ର ସଭାପତି ଦୀନବନ୍ଧୁ ପ୍ରଧାନ ଯୋଗଦେଇ ଉଦବୋଧନ ଦେଇଥିଲେ। 
“ଅପରାହ୍ନ”ର ମୁଖ୍ୟ ସମ୍ପାଦକ ବଂଶୀଧର ଜେନା ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ଶୁଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଶିଶୁ ନୃତ୍ୟ ଶିଳ୍ପୀ ବିଦ୍ୟା ଶ୍ରୀ ବେହେରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ।ଶେଷରେ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, କବିତାରେ ଜୟନ୍ତୀ ବେହେରା ଓ ରଜନୀ କାନ୍ତ ବାରିକ,ସାମ୍ବାଦିକ ହରିଶଙ୍କର ପାଢ଼ୀ ଓ ଏସ.କେ.ଜଗୁ ରୁଦ୍ଦିନ,ପରିବେଶବିତ ଅନ୍ତର୍ଯ୍ୟାମୀ ରାଉଳ, ସମାଜସେବୀ ଶଙ୍କର ଜେନା ଙ୍କୁ ମାନପତ୍ର ଓ ଉପଢ଼ଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।