ବାଲେଶ୍ଵର:୧୦/୧୧(ବ୍ୟୁରୋ)ବସ୍ତା ଥାନା ଗାନ୍ଧିଛକ ଓ ବସ୍ତା ବଜାରରେ ଥିବା ବିଭିନ୍ନ ଔଷଧ ଦୋକାନ, ଚା ଓ ପାନ ଦୋକାନ ଉପରେ ସୋମବାର ବାଲେଶ୍ୱର ଡ଼୍ରଗ୍ସ ବିଭାଗ ଚଢାଉ କରି କିଛି ଜରିମାନା ଆଦାୟ କରିଥିବା ବେଳେ କେତେକ ଔଷଧ ଦୋକାନରୁ ବିକ୍ରି ହେଉଥିବା କଫ୍ ସିରପ୍ ସିଲ୍ କରି ଜବତ କରିଛି। ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ଡ଼୍ରଗ୍ସ ଇନ୍ସପେକ୍ଟର(ଗ୍ରାମାଞ୍ଚଳ) ମୁକ୍ତିନନ୍ଦା ଶତପଥୀ ଓ କର୍ମଚାରୀ ବିନୟ ସେନାପତି ପ୍ରଥମେ ବସ୍ତା ବଜାରରେ ଥିବା ହିମାଂଶୁ ସାହୁଙ୍କ ଗୋଟିଏ ଛୋଟ ପାନ ଦୋକାନରେ ଚଢାଉ କରିଥିଲେ। ଏହି ସମୟରେ ପାନ ତିଆରି ପାଇଁ ବ୍ୟବହୃତ ବେଆଇନ ଜର୍ଦ୍ଦା ଡ଼ବା ଗୁଡ଼ିକ ପାଇଁ ଜରିମାନା କରିଥିଲେ। ଏହି ସମୟରେ ଦୋକାନୀ ଓ ଡ଼୍ରଗ୍ସ ଇନ୍ସପେକ୍ଟରଙ୍କ ମଧ୍ୟରେ ଅଜବ ଯୁକ୍ତି ଚାଲିଥିବାର ଦେଖିବାକୁ ମିଳିଥିଲା। ହିମାଂଶୁ ଏହି ଚଢାଉକୁ ସମର୍ଥନ କରୁଥିବା ବେଳେ ସେ ଛୋଟମୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାରୁ ତାଙ୍କୁ ନୁହଁ ବରଂ ସେ ଜର୍ଦ୍ଦା କିଣୁଥିବା ବଡ଼ ବଡ଼ ଦୋକାନୀଙ୍କ ଉପରେ ଚଢାଉ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଶ୍ରୀ ସାହୁ ସକାଳେ ୭୦ ଟଙ୍କା ରେ ଚା ଓ ପାନ ବିକ୍ରୀ କରିଥିବା କଥା କହୁଥିଲେ। ଶ୍ରୀ ସାହୁ ବହୁତ କାକୁତି ମିନତି ହୋଇ କହୁଥିଲେ ଆଜ୍ଞା ମୋର ଦୁଇ ଜଣ ଝିଅ ଅଛନ୍ତି। ସେମାନଙ୍କୁ ନେଇ କେମିତି ଚଳିବି ସେଥି ପାଇଁ ମୁଁ ଏହି ଛୋଟ ପାନ ଦୋକାନ କରିଛି। ଶ୍ରୀ ସାହୁ ସେ ୭୦ଟଙ୍କା ଦେଇଦେବେ ବୋଲି କହୁଥିଲେ। ମାତ୍ର ମ୍ୟାଡାମ ଜଣକ ତାଗିତ କରୁଥିଲେ ତୁମକୁ ୨୦୦ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଶେଷରେ ୧୦୦ଟଙ୍କା ଫାଇନ ନେବାକୁ ଅଡ଼ି ବସିଥିଲେ। ଶେଷରେ ଜଣେ ସହୃଦୟ ବ୍ୟକ୍ତି ଅବଶିଷ୍ଟ ୩୦ଟଙ୍କା ଦେବାପରେ ମ୍ୟାଡାମ ଜଣକ ଫାଇନ କାଟିଥିଲେ। ମାତ୍ର ମ୍ୟାଡ଼ାମ ଜଣକ ବଡ଼ ବଢ଼ିବାକୁ ମାଫ ମନୋଭାବ ପୋଷଣ କରି ଶ୍ରୀ ସାହୁଙ୍କ ଠାରୁ ଜରିମାନା ଆଦାୟ କରିବାରୁ ବୁଦ୍ଧିଜୀବୀ ମହଲରୁ ଏକାକୁ ନିନ୍ଦା କରାଯାଉଛି।ଏହାପରେ ବସ୍ତା ହସ୍ପିଟାଲ ନିକଟରେ ଥିବା ବିଭିନ୍ନ ଔଷଧ ଦୋକାନରେ ଚଢାଉ କରି ସେମାନଙ୍କର ଲାଇସେନ୍ସ, ଔଷଧ ବିକ୍ରୟ ଉପରେ ଏକ୍ସପାଏରୀ ତାରିଖ, ଔଷଦର କିଣାବିକା ବିଲ କପି ଆଦି ଯାଞ୍ଚ କରିଥିଲେ। ପରେ ବିଭିନ୍ନ ଔଷଧ ଦୋକାନ ଆଦିରୁ କିଛି କଫ୍ ସିରପକୁ ଜବତ କରି ସେଥିରେ କୋର୍ଡ଼ିନର ମାତ୍ରା ରହିଛି କି ନାହିଁ ତାହା ଜାଣିବା ପାଇଁ ତାହାକୁ ଲାବୋରେଟାରୀକୁ ପରୀକ୍ଷା କରିବାକୁ ପଠାଇଛି। ଏହି ସମୟରେ କେତେକ ଦୋକାନୀ ଦୋକାନ ସଟର ତାଲା ମାରି ଚମ୍ପଟ୍ ମାରିଥିବା ମଧ୍ୟ ଦେଖିବାକୁ ମିଳିଛି। ଉକ୍ତ ଚଢାଉରେ ସମୟରେ ଅବକାରୀ ଥାନା ଅଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ, ଏ ଏସ ଆଇ ଦିଲ୍ଲୀପ କୁମାର ଟୁଡ଼ୁ, ପୋଲିସ ଏ ଏସ ଆଇ ଉତ୍ତମ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।