ବାଲେଶ୍ଵର:୦୧/୧୧(ବ୍ୟୁରୋ)ସରକାର ମହିଳା ଙ୍କୁ ସୁରକ୍ଷା,ବେଟି ପଢାଓ ବେଟି ବଞ୍ଚାଅ ର ନାରା ଦେଉଥିଲା ବେଳେ ବସ୍ଥାବ ଚିତ୍ର ଭିନ୍ନ, ପଇସା ଦିଅ ଝିଅ ନିଅ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଯମୁନାଶୂଳ ଗ୍ରାମରେ ।ଜଣେ ନାବାଳିକା ନିଜ ବାପାଙ୍କ ବିରୋଧରେ କରିଛନ୍ତି ଅଭିଯୋଗ ।ନାବାଳିକା ଜଣଙ୍କ ଚଳିତ ବର୍ଷ ମାଟ୍ରିକ ପାସ କରିଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅଛନ୍ତି ହେଲେ ତାଙ୍କ ବାପା କୁଆଡେ ଝିଅକୁ ପାଠ ପଢାଈବା ପରିବର୍ତ୍ତେ କିଛି ଟଙ୍କା ଲୋଭରେ ଝିଅକୁ ବାହା କରିଦେବାକୁ ଚାପ ପକାଉଥିଲେ ।
ଏହା ବିରୋଧରେ କିଛିଦିନ ହେଲା ଝିଅ ଘର ଛାଡ଼ି ଅଜଘରେ ରହୁଥିଲେ. ତେବେ ଅହଙ୍କାରୀ ବାପା କିଛି ଗଣ୍ଡା ଶ୍ରେଣୀର ଲୋକଙ୍କୁ ନେଇ ନାବାଳିକାକୁ ଜବରଦସ୍ତ ଉଠାଇନେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।ଏନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା. ତେବେ ବାଲିଆପାଳ ପୋଲିସ କୈଣସି ପଦକ୍ଷପ ନନେଇ ଚାଇଲଡ ଲାଇନ କୁ ଫୋନ କରି ଚାଲିଯିବାକୁ ଝିଅ କୁ କହିଥିବା, ନାବାଳିକା ଜଣକ ପ୍ରତିକ୍ରୟା ଦେଇଛନ୍ତି ।ଗତ ୨୩ ତାରିଖରୁ ନାବାଳିକା ଜଣଙ୍କ ବାଲିଆପାଳ ଥାନା ଓ ଜାମକୁଣ୍ଡା ଫାଣ୍ଡିକୁ ନ୍ୟାୟ ପାଇଁ ଅନେକ ଥର ଯାଇଥିବା ବେଳେ ଏହି ଭଳି ସପର୍ଶକାତର ଘଟଣାରେ ପୁଲିସ ୧୦ ଦିନ ଧରି ହାତ ବାନ୍ଧି ବସିରହିବା ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି . ତେବେ ଗତ କାଲି ଅପରାହ୍ନ ରେ ଅସହାୟ ଝିଅ କୁ ସହାୟତା କାରିବାକୁ ଗଣମାଧ୍ୟମ ର ହସ୍ତକ୍ଷେପ ପରେ ପୋଲିସ ଝିଅ କୁ ସୁଧାର ଗୃହ କୁ ପଠାଇଥିବା ଜଣାପଡିଛି ।