ବାଲେଶ୍ଵର:୨୯/୧୦(ବ୍ୟୁରୋ)ବାଲେଶ୍ୱର ଅବକାରୀ ମୋବାଇଲ ସ୍କ୍ୱାର୍ଡ ସହ ବସ୍ତା, ବାଲିଆପାଳ, ଜଳେଶ୍ୱର ଅବକାରୀ ବିଭାଗ ର ମିଳିତ ଚଢ଼ାଉ, ବିପୁଳ ପରିମାଣ ର ଦେଶୀ, ବିଦେଶୀ ମଦ ସହ ତିନ ମହିଳା ସମେତ ଛଅ ଗିରଫ.ସୂଚନା ଅନୁସାରେ ଦୀର୍ଘ ଦିନ ଧରି ବାଲିଆପାଳ ଥାନା ଅଂଚଳ ରେ ଦେଶୀ ମଦ ର ବନ୍ୟା ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ, ପ୍ରଶାସନ ନିରବ ଦ୍ରଷ୍ଟା ପାଲଟିଥିବା ଅଭିଯୋଗ ହୋଇ ଆସୁଥିଲା
ତେବେ ଆଜି ସକାଳ ସମୟରେ ମୋବାଇଲ ଟିମ ଆଇ ଆଇ ସି ହରିହର ସିଂ ଙ୍କ ନେତୃତ୍ୱ ରେ ଏସ ଆଇ ଭବେଶ ଦାସ ଙ୍କ ସହ ଆଠ ଜଣିଆ ଟିମ ବାଲିଆପାଳ ଥାନା ଅଧୀନ ବାଲିଆପାଳ ବଜାର, ନାରାୟଣପୁର, ଜାମ୍ଭୀରାଇ ଅଞ୍ଚଳ ରେ ଚଢ଼ାଉ କରି ୧୦୨ ଲିଟର ଦେଶୀ ମଦ,୪୧ ଲିଟର ବିଅର,୫୪ ଲିଟର ବିଦେଶୀ ମଦ ଜବତ କରିଛି. ଜବତ ଦେଶୀ ଓ ବିଦେଶୀ ମଦ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ କୋଡିଏ ହଜାର ହେବ ବୋଲି ଜଣାପଡିଛି. ତତ ସହିତ ଘଟଣା ରେ ସମ୍ପୃକ୍ତ ତିନ ମହିଳା ଓ ତିନ ପୁରୁଷ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ.ଗିରଫ ବ୍ୟକ୍ତି ମାନେ ହେଲେ ନାରାୟଣପୁର ଅଞ୍ଚଳ ରୁ ଭୀମ ଚରଣ ଦାସ, ଅଜୟ ଦାସ,ଜାମ୍ଭୀରାଇ ରୁ ଭରତ ଦଳାଇ,ପଦ୍ମାବତୀ ବିଶ୍ୱାଳ, ଜୟନ୍ତୀ ବିଶ୍ୱାଳ,ବାଲିଆପାଳ ବଜାର ରୁ ନିରୁପମା ବିଶ୍ୱାଳ ବୋଲି ଜଣାପଡିଛି ।