ବାଲେଶ୍ଵର:୨୯/୧୦(ବ୍ୟୁରୋ)୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲପ୍ଲାଜାର ୫୦୦ମିଟର ପୂର୍ବରୁ ରାସ୍ତା ଉପରେ ଖରାପ ହୋଇଥିବା ଧାନ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଡୋଲଫିନ ନାମକ ଯାତ୍ରୀ ବାହୀ,ଡ୍ରାଇଭର ଏବଂ ହେଲ୍ପର ମୃତ,
ବାସରେ ଥିବା ୭ଯାତ୍ରୀ ଗୁରୁତର, ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି,ପୋଲିସର ତଦନ୍ତ ଜାରୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜାର ୫୦୦ମିଟର ପୂର୍ବରୁ,ସୂଚନା ଅନୁଯାୟୀ ରାସ୍ତା ଉପରେ ଏକ ଧାନ ବୋଝେଇ ଟ୍ରକଟି ଯାନ୍ତ୍ରିକ ତ୍ରୁଟି ପାଇଁ ଛିଡା ହୋଇଥିଲା ବେଳେ ବିଳମ୍ବିତ ରାତିରେ ଢେଙ୍କାନାଳ ନୃସିଂହପୁରରୁ କଲିକତା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଡୋଲଫିନ ନାମକ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଟ୍ରକଟିକୁ ପଛ ପଟୁ ଧକ୍କା ଦେଇଥିଲା, ଧକ୍କା ଦେବା ଫଳରେ ବସର ସମ୍ମୁଖ ଭାଗ କେବିନଟି ସମ୍ପୂର୍ଣ୍ଣ ଭାବରେ ଚାପି ହୋଇ ଯାଇଥିଲାବେଳେ ଡ୍ରାଇଭର ଓ ହେଲ୍ପର ଚାପି ହୋଇ ମୃତୁ ବରଣ କରିଥିଲେ, ବସରେ ଥିବା ୪୦ରୁ ଅଧିକ ଯାତ୍ରୀ ଥିଲା ବେଳେ ୭ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ, ଅଗ୍ନିଶମ ବାହିନୀ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ, ଗୁରୁତର ଯାତ୍ରୀ ମାନଙ୍କୁ ଜାତୀୟରାଜପଥ ଆମ୍ବୁଲାନ୍ସ ଦ୍ୱାରା ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଅଣାଯାଇଥିଲା ବେଳେ ସେଥି ମଧ୍ୟରୁ ଅଧିକ ଗୁରୁତର ୨ଜଣ ଯାତ୍ରୀକୁ ବାଲେଶ୍ୱର ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ହେଲେ ଡ୍ରାଇଭର ଅବଦୁଲ ରହିମ ଓ ହେଲ୍ପର ନୃସିଂହ କାଠୁଆ। ଜଳେଶ୍ୱର ପୋଲିସର ତଦନ୍ତ ଜାରୀ ।