ବାଲେଶ୍ଵର:୨୮/୧୧(ବ୍ୟୁରୋ)ସିଂଲା ଥାନା ଅନ୍ତର୍ଗତ ଗିଲାଜୋଡି ଗ୍ରାମରେ ସୁବର୍ଣ୍ଣରେଖା ନଦୀ ରୁ ବାଲି ଉତ୍ତୋଳନ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ଯ ରେ ଗଣ୍ତଗୋଳ, ପରସ୍ପର କୁ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି
ଏକାଧିକ ଗୁରୁତର ହୋଇଛନ୍ତି,ସମସ୍ତ ଗୁରୁତର ଙ୍କୁ ବସ୍ତା ହସପିଟାଲ ରେ ଭର୍ତ୍ତି କରା ଯାଇଛି, ଗୋଷ୍ଠୀ ସଙ୍ଘର୍ଷରେ ଗିଲାଜୋଡି ଗ୍ରାମର ତାପସ ଜେନା ଓ ଖଗେନ୍ଦ୍ର ଜେନା ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି, ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିବାରୁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରା ଯାଇଛି, ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀ ର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବାଲି ଉତ୍ତୋଳନ ହେଉଥିବା ବେଳେ ମାଫିଆ ଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢଉ ହେଉଥିବା ବେଳେ ଗାଡି ମଧ୍ଯ ଜବଦ କରା ଯାଉଛି, ଗତ ଦୁଇ ଦିନ ପୂର୍ବରେ ବାଲି ଉତ୍ତୋଳନ କୁ କେନ୍ଦ୍ର କରି ଗିଲାଜୋଡି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ଯରେ ଗଣ୍ତଗୋଳ ହେବା ପରେ ଆପୋଷ ସମାଧାନ ହୋଇଥିଲା, ମାତ୍ର ଆଜି ପୂଣି ସେହି ଘଟଣା କୁ ନେଇ ଉଭୟ ଗୋଷ୍ଠୀ ଙ୍କ ମଧ୍ଯରେ ଗଣ୍ତଗୋଳ ଆରମ୍ଭ ହୋଇ ଉଗ୍ରରୂପ ନେଇଥିଲା, ଉଭୟ ପକ୍ଷ ବିଭିନ୍ନ ମାରଣାସ୍ତ୍ର ରେ ପରସ୍ପର କୁ ଆକ୍ରମଣ କରିଥିଲେ, ଏଥିରେ ଏକାଧିକ ବ୍ଯକ୍ତି ଗୁରୁତର ହେବ ସହ ତାପସ ଜେନା ଓ ଖଗେନ୍ଦ୍ର ଜେନା ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି, ଘଟଣା ସ୍ଥଳରେ ବସ୍ତା ଏସଡିପିଓ ମାନସ ଦେଓ, ଜଳେଶ୍ବର ଏସଡିପିଓ ସୁବ୍ରତ୍ତ ବେହେରା, ସିଂଲା ଥାନାଧିକାରୀ ସୁଚନ୍ଦ୍ର ମହାଳିକ, ବାଲିଆପାଳ ଥାନାଧିକାରୀ ସାଲଖାନ ମୁର୍ମୁ, ବସ୍ତା ଥାନାଧିକାରୀ ରଣଜିତ ସାହୁ ,ଜଳେଶ୍ବର ଥାନାଧିକାରୀ ଅଶୋକ ବାରିକ ଙ୍କ ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି, ଖବର ପାଇ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଙ୍କ ନିର୍ଦ୍ଦେଶରେ ବିଜେପି ନେତ୍ରୀ ସିପ୍ରା ବାଜପେୟୀ, ବିଜେପି ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ତା, ପୂଟୁରା ସରପଞ୍ଚ ରାଧାକୃଷ୍ନ ବେହେରା, ବିଜେପି ନେତା ଧ୍ରୂବ ଚରଣ ନାୟକ ଆହତ ଙ୍କ ପରିବାର କୁ ଭେଟିବା ସହ ପିଡୀତା ଙ୍କ ପରିବାର ଙ୍କ ସହ ସାଂସଦ ଫୋନ ରେ କଥା ହୋଇ ଥିଲେ, ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରଖି ଗ୍ରାମରେ ପୋଲିସ ଫୋର୍ସ ଜଗି ରହିଛନ୍ତି, ଅନ୍ଯପଟେ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।