ବାଲେଶ୍ଵର:୨/୧(ବ୍ୟୁରୋ):ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଭବାନୀ ଜେନ।ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅଯୋଗ୍ୟ ଘୋଷଣା କରାଯାଇଛି।
ଶ୍ରୀମତୀ ଜେନା ଙ୍କର ତିନୋଟି ପିଲା ଥିବାରୁ ତାଙ୍କ ପ୍ରତି ଜିଲ୍ଲା କାର୍ଯ୍ୟାଳୟ ଗ୍ରାମ ପଞ୍ଚାୟତ ବିଭାଗ ପକ୍ଷରୁ ଚିଠି(ନଂ୩/୨.୧.୨୦୨୬) ଅନୁଯାୟୀ ତାଙ୍କୁ ଅଯୋଗ୍ୟ ବିବେଚିତ କରିବା ସହିତ ନାଏବ ସରପଞ୍ଚ ମିନତୀ ଖଟୁଆଙ୍କୁ ନିଜ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର ପାଇଁ କୁହାଯାଇଛି ବୋଲି ବିଡ଼ିଓ ମିହିର ରଞ୍ଜନ ବେହେରା ଚିଠିରେ ପ୍ରକାଶ କରିଛନ୍ତି।ସୂଚନା ଯୋଗ୍ୟ ଯଦି ଜଣେ ନିର୍ବାଚିତ ପ୍ରତିନିଧି ହୋଇଥିବ ସେ ଜିଲ୍ଲାପରିଷଦ, ସରପଞ୍ଚ ,ସମିତି ସଭ୍ୟ କିମ୍ବା ୱାଡ ମେମ୍ବର ହେଉ ଯଦି ସେ ନିର୍ବାଚିତ ହୋଇଥିବେ ଓ ସେ ମାନଙ୍କର ଦୁଇଟିରୁ ଅଧିକ ପିଲା ଥିବ ସେମାନଙ୍କୁ ତାଙ୍କ ହରାଇବାକୁ ପଡ଼ିଥିଲେ ।କାରଣ ସାମ୍ବିଧାନୀକ ନିୟମ ରହିଛି।ସେହି ଦୃଷ୍ଟିରୁ ତାଙ୍କୁ ପଦବୀ ହରାଇବାକୁ ପଡିଛି। ତେଣୁ ଶ୍ରୀମତୀ ଜେନା ଙ୍କର ତିନୋଟି ପିଲା ରହିଥିବାରୁ ଆଜି ତାଙ୍କ ପଦବୀ ହରାଇବାକୁ ପଡ଼ିଛି।ଏହି ଘଟଣା ସମଗ୍ର ବ୍ଲକ ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରିଛି।