Oplus_131072
ବାଲେଶ୍ଵର:୬/୧୧(ବ୍ୟୁରୋ)ଦକ୍ଷିଣପୂର୍ବ ରେଳ ଜୋନ ଅଧୀନ ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ନେଇ ଖଡ଼ଗପୁର ଡିଭିଜନାଲ ଅଧିକାରୀଙ୍କୁ ସାକ୍ଷାତ କରି ୧୯ ଦଫା ସମ୍ବଳିତ ଦାବି ପତ୍ର ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଜଣାଇଛନ୍ତି।
ବସ୍ତା,ବାଲିଆପାଳ,ପଡୋଶୀ ମୟୁରଭଞ୍ଜ ଜିଲ୍ଲାର ମୋରଡା,ରାସଗୋବିନ୍ଦପୁର ପ୍ରଭୃତି ଅଞ୍ଚଳର ନିର୍ଭରଯୋଗ୍ୟ ବସ୍ତା ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ପରିଣତ କରିବା, କାହିଁ କେତେ ଦିନୁ ବସ୍ତା ରେ ଷ୍ଟପେଜ କରିଆସୁଥିବା ଇଷ୍ଟ କୋଷ୍ଟ ଏକ୍ସପ୍ରେସର ରହଣି,ଓଡିଶା ସମ୍ପ୍ର କ୍ରାନ୍ତି,ନୀଳାଚଳ,ଜନ ଶତାବ୍ଦୀ ଏକ୍ସପ୍ରେସର ରହଣି,୧,୨,୩ ନଂ ପ୍ଲାଟ ଫର୍ମରେ ପର୍ଯ୍ୟାପ୍ତ ପରିମାଣର ସେଡ଼ ଓ ବେଞ୍ଚ ସ୍ଥାପନ,ନୂତନ ୪ ନଂ ପ୍ଲାଟଫାର୍ମ ର ନିର୍ମାଣ ଓ ତହିଁରେ ଫୁଟ ଓଭର ବ୍ରିଜ ନିର୍ମାଣ,୬୦ ଓ ୬୧ ନଂ ରେଳ ଫାଟକରେ ରୋଡ଼ ଓଭର ବ୍ରିଜ ନିର୍ମାଣ ସମେତ ଉଣେଇଶ ଦଫା ଦାବି ଡିଆରଏମ ଲଳିତ ପାଣ୍ଡେଙ୍କ ନିକଟରେ ବଜେପି ବରିଷ୍ଠ ନେତା ଶ୍ୟାମାପ୍ରସାଦ ବେହେରା,ସୋସାଇଟି ସଭାପତି ତଥା ପୂର୍ବତନ ସରପଞ୍ଚ ଦେବାଶିଷ ମହାପାତ୍ର,ପ୍ରାକ୍ତନ ସରପଞ୍ଚ ବିଶ୍ୱନାଥ ସିଂ,ଯୁବ ମୋର୍ଚ୍ଚା ସଭାପତି ଧୀରେନ ସେଠୀ,ରତିକାନ୍ତ ମଣ୍ଡଳ,ଉତ୍ତମ ପ୍ରଧାନଙ୍କ ସହିତ ବିଜେପିର ଅନ୍ୟାନ୍ୟ ନେତୃ ମଣ୍ଡଳୀ ଖଡ଼ଗପୁର ଯାଇ ରେଳ ଡିଭିଜନ ଅଧିକାରୀଙ୍କ ଠାରେ ଉପସ୍ଥାପନ କରିଥିଲେ ।ଶ୍ରୀ ପାଣ୍ଡେ ଦାବି ପତ୍ର ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।