ବାଲେଶ୍ଵର:୨୬/୧୧(ବ୍ୟୁରୋ)ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ କୁ ଶିଶୁ ପୁତ୍ରକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ରାସ୍ତାରେ ଆମ୍ବୁଲାନ୍ସ ରେ ଅକ୍ସିଜେନ ସରି ଯାଇଥିବାରୁ ଦଶ ମାସ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିଲା l ମଙ୍ଗଳବାର ବାଲିଆପାଳ ପଞ୍ଚାୟତ ସମିତି ବୈଠକ ରେ ପ୍ରଥମେ ବସ୍ତା ବିଧାୟିକା ସୁବାସିନୀ ଜେନା ସେ ବିଷୟରେ ଆଲୋଚନା କରିବା ସହିତ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ବାଲିଆପାଳ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଘଟିଯାଇଥିବା ଘଟଣା ବିଷୟରେ ଅବଗତ କରାଇଥିଲେ l ବୈଠକ ପରେ ରାତିରେ ଶିଶୁ ପୁତ୍ର ର ବାପା ଓ ମା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ରେ ଥିବା ଇକଡପାଳ ଗ୍ରାମର ରଜନୀକାନ୍ତ ପାତ୍ର ଙ୍କ ଘରେ
ବିଧାୟିକା ସୁବାସିନୀ ଜେନା !ପହଂଚିଥିଲେ ତାଙ୍କ ସହିତ ବାଲିଆପାଳ ଗୋଷ୍ଟୀ ସ୍ୱାସ୍ଥ୍ୟ ଅଧିକାରୀ, ବିଷ୍ଣୁପୁର ପଂଚାୟତ ର ସଦସ୍ୟ ୱାର୍ଡ ସଦସ୍ୟ, ଜିଲ୍ଲା ପରିଷଦଙ୍କ ଉପସ୍ଥିତି ରେ ବିଧାୟିକା ରାସ୍ତା ର ମରାମତି ଓ ସ୍ୱାସ୍ଥ୍ୟ ବିଭାଗ ର ଅସାବଧାନତା ହେତୁ ଏପରି ଘଟିଥିବା ରୁ ସେ ବିଧାନସଭା ରେ ଆଲୋଚନା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି କହିଥିଲେ l
ଏବଂ ସେହି ଅଂଚଳର ଲୋକମାନଙ୍କ ପାଇଁ ନୂତନ ରାସ୍ତା ନିର୍ମାଣ ବିଧାୟିକା ପାଣ୍ଠିରୁ କରେଇ ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ ଏବଂଶେଷରେ ଶିଶୁ ପୁତ୍ର ର ବାପା,ମାଆ ଙ୍କ ସହିତ ଅଜା, ଆଇ ଓ ମାମୁଁ,ମାଈ ଆଦି ଙ୍କୁ ଶାନ୍ତ୍ବନା ଦେଇଥିଲେ ।