ବସ୍ତା୨୫/୧୨(ବ୍ୟୁରୋ)ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୨୮ଟି ନୂଆ ଏନ୍ଏସି, ୫ଟି ମ୍ୟୁନିସିପାଲିଟି, ଗୋଟିଏ ମହାନଗର ନିଗମ ହେବ ବୋଲି ଘୋଷଣା କରିଥିଲେ। ଦୀର୍ଘ ଦିନର ବସ୍ତା ବାସୀଙ୍କ ଦାବୀ ପୂର୍ଣ୍ଣ ହେବାର କ୍ଷଣିକ ଆଶା ଦେଖାଦେଇଥିଲା। ଏନଏସି ପାଇଁ ଆବଶ୍ୟକ ଥିବା ସମସ୍ତ ପ୍ରକାରର ଭିତ୍ତିଭୂମି ବସ୍ତାରେ ଥିବାରୁ ବସ୍ତା ମଧ୍ୟ ଦ୍ୱିତୀୟ ସ୍ଥାନରେ ସ୍ଥାନିତ ହୋଇଥିଲା।ମାତ୍ର ଗତକାଲି ସରକାରଙ୍କ ନୋଟିଫିକେସନ ରେ ବସ୍ତା ନାମ ବାଦ ପଡ଼ିବା ବସ୍ତାବାସୀଙ୍କୁ ମର୍ମାହତ କରିଛି।
ବସ୍ତାର ସ୍ୱାର୍ଥ, ସାମୁହିକ ବିକାଶ ପାଇଁ ରାଜନୀତିରୁ ଉର୍ଧ୍ଵ ରେ ରହି ସାମ୍ବାଦିକ ସଙ୍ଘ ବସ୍ତାର ସମସ୍ତ ସଦସ୍ୟ ତୀବ୍ର ନିନ୍ଦା ଓ ସମାଲୋଚନା କରିବା ସହିତ ଦିନସାରା ଅନେକ ପ୍ରଶ୍ନବାଣରେ ରାଜ୍ୟ ସରକାର ଓ ସ୍ଥାନୀୟ ବିଜେପିର ଆମଦାନୀଙ୍କୁ ନେତାଙ୍କୁ ଘାଇଲା କରିଥିଲେ। ସାମ୍ବାଦିକ ସଂଘ ର ସମାଲୋଚନାର ପ୍ରଭାବରେ ବସ୍ତା ବିଜେପିର କିଛି ଆମଦାନୀ ହୋଇ ଆସିଥିବା ଛାମୁଆ ନେତା ତରବରିଆ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ସନ୍ଧ୍ୟା ବେଳେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ବସ୍ତାକୁ ଆସନ୍ତା ୩୧ ତାରିଖ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟରେ ନିଶ୍ଚିତ ଭାବେ ଏନଏସି ମାନ୍ୟତା ଦେବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଥିଲେ। ତେବେ ପ୍ରାପ୍ତ ସୂଚନା ମୁତାବକ ବିଜେପିର ବାଲେଶ୍ୱର ଉତ୍ତର ସଭାପତି କହିଛନ୍ତି ଏହା ଏକ ଅଭିଯୋଗ ପାଇଁ ଅଟକି ରହିଛି ଅନୁସନ୍ଧାନରୁ ଜଣାପଡ଼ିଲା ଯେ ବସ୍ତା ବ୍ଲକ ପାଖରେ ଥିବା ପତ୍ରଝଡ଼ା ପଞ୍ଚାୟତର ସଂଖ୍ୟାଲଘୁ ଗ୍ରାମ ବିଦ୍ୟାଧରପୁରକୁ ବସ୍ତା ଏନଏସିରୁ ବାଦ ଦେଇ ଏନଏସି କରିବା। ଜାଣିବା ପରେ ପତ୍ରଝଡ଼ା ପଂଚାୟତର ଜନପ୍ରତିନିଧି ଓ ଜନସାଧାରଣ ଆଗାମୀ ଦିନରେ ବିଜେପିର ଆମଦାନୀ ନେତା ମାନଙ୍କ ବିରୁଦ୍ଧରେ ରୁଣହୁଙ୍କାର କରିବା ସହିତ ପତ୍ରଝଡ଼ା ପଂଚାୟତ ଗଠନ ସମୟରେ ଯେମିତି ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ଏଥର ମଧ୍ୟ ସମାନ ଢଙ୍ଗରେ ପ୍ରତିବାଦ କରାଯିବ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି। ବିରୋଧୀ କଂଗ୍ରେସ ଓ ବିଜେଡ଼ି ଉଭୟ କହିଛନ୍ତି ଯେ ବସ୍ତାରେ ଶାସକ ଦଳର ସମସ୍ତ ନେତା ହେଉଛନ୍ତି ଆମଦାନୀ ନେତା ସେମାନଙ୍କର ଘର ମଧ୍ୟ ବସ୍ତାରେ ନାହିଁ ତେଣୁ ସେମାନେ କେବେ ବି ବସ୍ତାର ସାମୁହିକ ବିକାଶ କଥା ଚିନ୍ତା କରିବେ ନାହିଁ ଆଉ ସେମାନେ ସମସ୍ତେ ବସ୍ତା ଆସନ୍ତି କେବଳ ନିଜର ପକେଟ ଗରମ କରିବା ପାଇଁ ତେଣୁ ଶାସକ ଦଳର ଏହିପରି ଆମଦାନୀ ନେତାଙ୍କୁ ବସ୍ତାରେ ସବୁ ମହଲରେ ତୀବ୍ର ବିରୋଧ କରିବା ସହିତ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।ଆଜି ଦିନରେ ବସ୍ତା ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିବା ସହିତ ଆଗାମୀ ଦିନରେ ଜନ ଆନ୍ଦୋଳନର ଚେତାବନୀ ଦେଇଥିବା ବେଳେ ସନ୍ଧ୍ୟାରେ ବସ୍ତା କଂଗ୍ରେସ ଏକ ପ୍ରତିବାଦ ସଭା କରି ସରକାରଙ୍କ ବସ୍ତା ପ୍ରତି ବୈମାତୃକ ମନୋଭାବକୁ ତୀବ୍ର ବିରୋଧ କରି ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ରୋକଠୋକ ଆହ୍ୱାନ ଦେଇଛି। ପୂର୍ବରୁ ବସ୍ତା କୁ ଏନଏସି ଘୋଷଣା ପରେ ବସ୍ତା ବିଜେପିର ଆମଦାନୀ ନେତା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ବସ୍ତାରେ ଚାରିଆଡ଼େ ବେନର ମାରିଥିଲେ ଯେଉଁ ବେନରରୁ ବସ୍ତା ବିଜେପିର ଗୋଷ୍ଠୀ କନ୍ଦଳ ପାଇଁ ତାଙ୍କ ଜିଲ୍ଲା ସଭାପତି ଫୋଟରୁ ମୁଣ୍ଡକାଟ ହୋଇଥିଲା। ବସ୍ତା ଏନଏସି ରୁ ବାଦ ପଡ଼ିବା ପରେ ବେନରଟି ଆମଦାନୀ ନେତାମାନେ ଖୋଲି ଦେଇଛନ୍ତି ଯାହାକୁ ନେଇ ସାଧାରଣରେ ଖୁବ ଆଲୋଚନା ହେଉଛି। ତେବେ ଦେଖିବାକୁ ବାକି ରହିଲା ମନ୍ତ୍ରୀ ମହୋଦୟ ତାଙ୍କ କଥା ରଖୁଛନ୍ତି ନା ବସ୍ତା ବିଜେପିର ଆମଦାନୀ ନେତାଙ୍କ ବୁଦ୍ଧିରେ ବିଦ୍ୟାଧରପୁର ଗ୍ରାମ ବାଦ ଦେଉଛନ୍ତି।