ବସ୍ତା:୦୩/୧୨(ରାଜେଶ ଗିରି)ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଣ୍ଡେଇ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିବା ବାବା ଶ୍ରୀ ଶ୍ରୀ ନୀଳକଣ୍ଠ ଦାସ ଙ୍କ ବଲାଙ୍ଗୀର ସ୍ଥିତ ବିନେଇକଲା ମଠ ରେ ୭୬ବର୍ଷ ବୟସ ରେ ଦେହ ତ୍ୟାଗ କରିଛନ୍ତି.
ସାଧାରଣ ପରିବାର ରେ ଜନ୍ମ ଲାଭ କରିଥିବା ଶ୍ରୀ ଦାସ ଜନ୍ମ ରୁ ଚର୍ମ ରୋଗ ରେ ପୀଡିତ ଥିଲେ. ପରିବାର ର ଅଭାବ ଅନାଟନ କୁ ଦୂର କରିବାକୁ ସେ ଗ୍ରାମ ର ଲୋକ ମାନଙ୍କ ର ଗୋରୁ, ଗାଈ ଚରାଇବାକୁ ନେଉଥିଲେ. ତାଙ୍କର ଚର୍ମ ରୋଗ ପାଇଁ କେହି ତାଙ୍କ ସହ କଥାବାର୍ତା କରୁନ ଥିଲେ. ଏହିଭଳି ସାଧାରଣ ଜୀବନ ବିତାଉଥିବା ବେଳେ ହଠାତ ତାଙ୍କ ସହିତ ସନ୍ୟାସୀ ବାବା ଶ୍ରୀଶ୍ରୀ ଦାମୋଦର ଦାସ ଙ୍କ ସହ ସାକ୍ଷାତ ହୋଇଥିଲା.
ବାବା ଦାମୋଦର ଙ୍କ ଠାରୁ ଶ୍ରୀଗୁରୁ ମହିମା ଅଲେଖ ଧର୍ମ ରେ ଦୀକ୍ଷିତ ହୋଇ ତାଙ୍କ ସହିତ ୨୫ ବର୍ଷ ବୟସ ରେ ସଂସାର ତ୍ୟାଗ କରି କଳାହାଣ୍ଡି ସ୍ଥିତ କର୍ଲା ଆଶ୍ରମ କୁ ସାଥିରେ ଚାଲିଯାଇଥିଲେ। ସେ ବାବା ଶ୍ରୀଶ୍ରୀ ଦାମୋଦର ଦାସଙ୍କ ସେବା କରୁଥିବା ସମୟରେ ସୁସ୍ଥ ହୋଇଥିଲେ ।ସେଠାରେ ରହି ବାବା ଦାମୋଦର ଙ୍କ ସହ ସାରା ଓଡିଶା ବୁଲି ବୁଲି ଶ୍ରୀଗୁରୁ ମହିମା ଅଲେଖ ଧର୍ମ ର ପ୍ରଚାର ପ୍ରସାର କରିଆସୁଥିଲେ. ତେବେ ବାବା ଦାମୋଦର ଙ୍କ ଦେହ ତ୍ୟାଗ ପରେ ନୀଳକଣ୍ଠ ଆଶ୍ରମ ର ମୁଖ୍ୟ ଭାବ ରେ ରହି ବହୁ ସ୍ଥାନରେ ଆଶ୍ରମ ମଠ ନିର୍ମାଣ କରି ଶ୍ରୀଗୁରୁ ମହିମା ଧର୍ମ ପ୍ରଚାର ପ୍ରସାର କରିଆସୁଥିଲେ ।
ତେବେ ଗତ ୩୦/୧୨/୨୦୨୫ ତାରିଖ ରବିବାର ଅପରାହ୍ନ ରେ ବାବା ନୀଳକଣ୍ଠ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସ୍ଥିତ ବିନେକେଲା ମଠ ରହୁଥିବା ସମୟରେ ସେଠାରେ ନାମ ଯଜ୍ଞ , ପ୍ରବଚନ ହେଉଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଠାରେ ଉପସ୍ଥିତ ଥିବା ଭକ୍ତମାନେ ସଙ୍ଗେସଙ୍ଗେ ନିକଟସ୍ଥ ଡ଼ାକ୍ତରଖାନା ନେଇଯାଇବେଳେ ଚିକିତ୍ସା ଅବସ୍ଥାରେ ବାବା ଦେହ ତ୍ୟାଗ କରିଛନ୍ତି । ଦେହତ୍ୟାଗ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା. ତେବେ ବାବା ନୀଳକଣ୍ଠ ଙ୍କ ମୃତ୍ୟୁ ରେ ଭକ୍ତ ମାନେ ଭାଂଗିପଡ଼ିଥିବା ବେଳେ ତାଙ୍କର ଜନ୍ମ ମାଟି ବସ୍ତା ସ୍ଥିତ କୁଣ୍ଡେଇ ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି. !