Oplus_131072
ବାଲେଶ୍ଵର:୨୫/୧୧(ବ୍ୟୁରୋ): ବସ୍ତା ବ୍ଲକ୍ ଅନ୍ତର୍ଗତ ଅମର୍ଦ୍ଦାରୋଡ଼ସ୍ଥିତ ସିଦ୍ଧେଶ୍ବର ଉଚ୍ଚ ବିଦ୍ଯାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ଣରେ ବ୍ଲକ ସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି।
ଅପରାହ୍ଣରେ ବିଜ୍ଞାନ ସମ୍ବନ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।ଗୋଷ୍ଠୀ ଶିକ୍ଷାଧିକାରୀ ଯଜ୍ଞେଶ୍ବର ଜେନା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ମୁଖ୍ୟ ବକ୍ତା ଚାନ୍ଦିପୁର ଡ଼ିଆରଡ଼ିଓର ବୈଜ୍ଞାନିକ ଡ଼. ପ୍ରଭାକର ମଲ୍କିକ,ବରେଣ୍ୟ ଅତିଥି ବସ୍ତା ବିଧାୟିକା ସୁବାସିନୀ ଜେନା,ସମ୍ମାନନୀୟ ଅତିଥି ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା, ବ୍ଲକ୍ ଉପାଧ୍ଯକ୍ଷ ଦିଲ୍ଲୀପ କୁମାର ଦାସମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ବାସନ୍ତୀ ପୁଷ୍ଟି, ସମାଜସେବୀ ତଥା ପ୍ରକୃତିବନ୍ଧୁ ସୁମନ୍ତ କୁମାର ଜେନା, ପରିଚାଳନା କମିଟି ସଭାପତି ଶୁଭ୍ରାଂଶୁ ଶେଖର ପଣ୍ଡା, ସ୍ଥାନୀୟ ସରପଞ୍ଚ ବନ୍ଦନା ସେଠୀ, ବସନ୍ତପୁର କ୍ଲଷ୍ଟର ସିଆରସିସି ଗଣେଶ ଚନ୍ଦ୍ର ଜେନା, ପ୍ରଧାନ ଶିକ୍ଷକ ରାଜେଶ କୁମାର ସେଠୀ ପ୍ରମୁଖ ମଂଚାସୀନ ହୋଇ ବକ୍ତବ୍ଯ ରଖିଥିଲେ।
ଉକ୍ତ ପ୍ରଦର୍ଶନୀରେ ୧୭୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସିନିଅରରେ ୩ ଓ ସବ ଜୁନଅରରେ ୩ ଜଣ ଲେଖାଏଁ ବଛାଯାଇ ୭ଟି ସବଥିମ ଲାଗି ମୋଟ୍ ୪୨ଜଣ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ୍ ସହ ଟ୍ରଫି ପ୍ରଦାନ କରାଯାଇଛି। ସିନିଅରର ୭ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ। ଚୋରମରା ନୋଡ଼ାଲ ସ୍କୁଲର ସହକାରୀ ଶିକ୍ଷକ ଶିବଶଙ୍କର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।