ବାଲେଶ୍ଵର:୧୬/୧୧ (ବ୍ୟୁରୋ ):ବସ୍ତା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଦିନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା, ମୁଖ୍ୟ ବକ୍ତା ଭାବେ “ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପରିବେଶବିତ୍ ସୁମନ୍ତ କୁମାର ଜେନା, ସାମ୍ବାଦିକ ରାମଚନ୍ଦ୍ର ଦେବ ଯୋଗ ଦେଇଥିଲେ ।
ସାମ୍ବାଦିକତାକୁ ବୃଦ୍ଧି କଲେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ଯେତେବେଳେ ଯେଉଁ ଦଳ ସରକାର ଆସିଲା, ସେମାନେ ସାମ୍ବାଦିକଙ୍କ ସ୍ବାର୍ଥକୁ ଭୁଲି ଯାଉଛନ୍ତି। ବଣରେ ବାଘ ଗଣନା ହୋଇପାରୁଛି, ହେଲେ ରାଜ୍ୟରେ କେତେଜଣ କାର୍ଯ୍ୟରତ ସାମ୍ବାଦିକ ଅଛବି ସରକାର ତାହା ହିସାବ ରଖି ପାରୁନାହାନ୍ତି। ଯେଉଁଥି ପାଇଁ ସାମ୍ବାଦିକମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ଖବର ସଂଗ୍ରହ ପାଇଁ ଗଲାବେଳେ ସାମ୍ବାଦିକମାନେ ଅନେକ ସମୟରେ ଅସାମାଜିକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ହେଲେ ସେମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ହୋଇପାରୁନାହିଁ। ଏବେ ସରକାର ଏହା ଚିନ୍ତା କରିବାର ସମୟ ଉପନୀତ ବୋଲି ମଞ୍ଚାସୀନ ଅତିଥିମାନେ ବକ୍ରବ୍ୟ ରଖିଥିଲେ।
ସଂଘର ସମ୍ପାଦକ ରବିନାରାୟଣ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଦୀପକ କୁମାର ପରିଡ଼ା, ନରିଶଙ୍କର ପାଢ଼ୀ, ରାଜେଶ କୁମାର ଗିରି, ସେନ୍ ଜଗିରୁଦ୍ଦିନ, ରନେଶ ବେହେରା, ମେଜ୍ ସାବିର ହୁସେନ, ମୁଶୱେର ଅଲ୍ଲୀ,
ଅଜିତ କୁମାର ସାହୁ, ଭାରତ ଦାସ, ଦେବାଶିଷ ସେଠୀ, ଲକ୍ଷ୍ମୀଧର ପ୍ରଧାନ, ସୁବାସ ଦାସ, ପ୍ରଦୀପ କୁମାର ଜେନା, ଗୋପୀକୃଷ୍ଣ ପଣ୍ଡା, ପ୍ରିୟରଞ୍ଜନ ସାହୁ, ଜୟନ୍ତ କୁମାର ବେହେରା, ସାଇ ପଣ୍ଡା, ଧୃତି ସୁନ୍ଦର ପଣ୍ଡା, ଶିରିଶ ଚନ୍ଦ୍ର ମହାନ୍ତି, ଜଗତ ଗିରି, ମଧୁସୂଦନ ପଣ୍ଡିତ, ସୁଶାନ୍ତ ପ୍ରଧାନ, ମାନସ କୁମାର ବେହେରା, ଚାନ୍ସେଲର ରାଉତ, ଜନ୍ମଜୟ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ କୃଷ୍ଣଚନ୍ଦ୍ର ଦତ୍ତ, ସବିତା ଦାସ, ରେଣୁବାଳା ପାତ୍ରଙ୍କ ସମେତ ଆଜାଦ ହିନ୍ଦ୍ ଫାଉଣ୍ଡେସନକୁ ସମ୍ବଦ୍ଧିତ କରାଯାଇଥିଲା। ଏହା ପୂର୍ବରୁ ସକାଳେ ଏକତା ଗଣଦୌଡ଼ ଅନୁଷ୍ଠିତ ନୋଇଥିଲା। ଏଥିରେ ବସ୍ତାର ବିଭିନ୍ନ ସାମାଜିକ ସଂଗଠନ କର୍ମକର୍ତା, ଏନ୍ସିସି ଛାତ୍ରଛାତ୍ରୀ, କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ରାଜନୈତିକ ଦଳର କର୍ମୀ ସାମିଲ ହୋଇଥିଲେ