ବାଲେଶ୍ଵର:୮/୧୧ (ବ୍ୟୁରୋ): ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ମଥାନୀ ବାଇପାସ ପାର୍ଶ୍ବରେ ଥିବା ବାସନ୍ତୀ ପ୍ଲାଜା ପରିସରରେ ଲକ୍ଷ୍ମୀନାରାୟଣ ହାଡ଼ଓ୍ବାର ଷ୍ଟୋରର ଅନ୍ୟ ଏକ ନୂତନ ରଙ୍ଗ ସୋରୁମ ବିର୍ଲା ଓପସ ଷ୍ଟୋର ଶୁକ୍ରବାର ଉଦଘାଟିତ ହୋଇଛି।
ପ୍ରତିଷ୍ଠାତା ସମାଜସେବୀ ସୁମନ୍ତ କୁମାର ଜେନାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ସୁବାସିନୀ ଜେନା ଓ ଶ୍ରୀ ଜେନା ଙ୍କ ମା ବାସନ୍ତୀ ଜେନା, ବିର୍ଲା ଓପସ ର ଓଡ଼ିଆ ହେଡ ଅୟନ ରୟ ଯୋଗଦେଇ ଫିତା କାଟି ଏହାକୁ ଉଦ୍ଘାଟନ କରିଥିଲେ। ସମ୍ମାନନୀୟ ଅତିଥି ବରିଷ୍ଠ ବିଜେପି ନେତା ରବୀନ୍ଦ୍ର କୁମାର ଜୈନ, ପୂର୍ବତନ ସମିତି ସଭ୍ୟ ରବୀନ୍ଦ୍ର ଦାସ, ଗୋପାଳକୃଷ୍ଣ ଗିରି, ଅଜୟ ସାମଲ,ଙ୍କ ସମେତ ବହୁ ବ୍ୟବସାୟୀ, ରାଜନେତା, ସମାଜସେବୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉକ୍ତ ସୋରୁମରେ ଗ୍ରାହକଙ୍କ ମନକୁ ଜିଣିଲା ଭଳି ବିଭିନ୍ନ ପ୍ରକାରର ରଙ୍ଗ ଉପଲବ୍ଧ ଥିବା ବେଳେ ପ୍ରତ୍ୟେକ ରଙ୍ଗ ଡ଼ବା ଉପରେ ସ୍ବତନ୍ତ୍ର ରିହାତି ଥିବା ପ୍ରତିଷ୍ଠାତା ଶ୍ରୀ ଜେନା କହିଛନ୍ତି। ପ୍ରଥମ ଦିନରେ ବହୁ ରଙ୍ଗ ବ୍ୟବସାୟୀ ଓ ରଙ୍ଗମିସ୍ତ୍ରୀ ପହଞ୍ଚି କିଣାକିଣି କରିଥିବାର ଦେଖିବାକୁ ମିଳିଛି।