ବାଲେଶ୍ଵର:୬/୧୧(ବ୍ୟୁରୋ)ପବିତ୍ର ମହାକାର୍ତ୍ତିକ ମାସ ସବୁଠୁ ଆଧ୍ୟାତ୍ମିକ ବାତାବରଣରେ ଉତ୍ସବ ପାଳିତ ହେଉଥିବା ବେଳେ ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ବେଣାପୁରା ସ୍ଥିତ ସୁବର୍ଣ୍ଣରେଖା ନଦୀ ନୌକାଘାଟରେ ପ୍ରଣାମ ଭାରତ କମିଟି ପକ୍ଷରୁ ୩ୟ ବାର୍ଷିକ ସୁବର୍ଣ୍ଣରେଖା ବୋଇତ ବନ୍ଦାଣ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି।
ପ୍ରଣାମ ଭାରତ କମିଟି ସଭାପତି ଇଂ.ତ୍ରିଭୁବନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ମାନେ ପ୍ରଥମେ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ ନୌବିହାର କରିଥିଲେ।ଏନେଇ ରାଜଘାଟ ବାରୁଣୀ ପଡିଆ ଠାରେ ଏକ ସଭାର ଅୟୋଜନ ହୋଇଥିଲା ମୁଖ୍ୟଅତିଥି ଭାବେ ରେମୁଣା ବିଧାୟକ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଉତ୍କଳୀୟ ନୌବାଣିଜ୍ୟ, ଓଡ଼ିଆ ଜାତିର ଗୌରବ ଓ ଐତିହ୍ୟ,ପରମ୍ପରା ସମ୍ପର୍କ ରେ ବକ୍ତବ୍ୟ ଦେବା ସହିତ ପ୍ରତ୍ୟେକ ଓଡ଼ିଶା ବାସୀଙ୍କ ନିଜର ଓଡ଼ିଆ ଭାଷା ଓ ଜାତିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ ରାଜ୍ୟ ଓ ସମାଜର ତଥା ବାଲେଶ୍ଵର ଜିଲ୍ଲାର ବିକାଶ ସମ୍ଭବପର ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ମୁଖ୍ୟ ସଚେତକ ଶ୍ରୀ ଦାସ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଉଦଘାଟନ କରି ଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ସୋଭାନା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ଏଡିଏମ ସୁଧାକର ନାୟକ, ଆଡିସନାଲ ଏସପି ନିରଞ୍ଜନ ବେହେରା,ଡିଇଓ ଡ:ବସନ୍ତ ନାୟକ, ଜଳେଶ୍ୱର ବି ଡି ଓ ଗୌରାଙ୍ଗ ଘୋଷ,ସାମାଜିକ କର୍ମୀ ଚନ୍ଦ୍ରବିନ୍ଦୁ ଦାସ,ଜେଡ ଆର ୟୁ ଜି ସି ସି ସାଉଥ ଇଷ୍ଟାନ ରେଳବାଇ ସଦସ୍ୟ ମୋହିତ କୁମାର ପୋଦାର ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇ ସୁଦୂର ଅତୀତର ସମୃଦ୍ଧ ଉତ୍କଳର ଗର୍ବ ଏବଂ ଗୌରବମୟ ନୌବାଣିଜ୍ୟର ପ୍ରତୀକାତ୍ମକ କାର୍ତ୍ତିକ ପୂର୍ଣ୍ଣିମା ରାହାସ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଏବଂ ପ୍ରଣାମ ଭାରତ କମିଟି ପକ୍ଷରୁ ସୁବର୍ଣ୍ଣରେଖା ବୋଇତ ବନ୍ଦାଣ ଉତ୍ସବକୁ ରାଜଘାଟ ବେଣା ପୂରା ଘାଟ ସ୍ଥିତ ପ୍ରଣାମ ଭାରତ କମିଟିର ମୁଖ୍ୟ ପୃଷ୍ଟ ପୋଷାକ ପରମାନନ୍ଦ ମହାପାତ୍ର ଓ ସଂଗଠନର ସମସ୍ତ ସଦସ୍ୟଙ୍କ କଠିନ ପରିଶ୍ରମ କରି ଗଠନ ମୂଳକ ଚିନ୍ତାଧାରା ଓ ଏକତା ସୃଷ୍ଟି କରିବା ପାଇଁ ପ୍ରାୟାସ ଜାରି ରଖିଥିବା ଯୋଗୁଁ କମିଟିର ସମସ୍ତ କର୍ମକର୍ତ୍ତାମାନଙ୍କୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ସୋର ଅତିରିକ୍ତ ତହସିଲଦାର ଅତିଥିମାନଙ୍କୁ ମଞ୍ଚ ଆହ୍ବାନ ଓ ମଞ୍ଚ ପରି ଚାଳନା କରିଥିବା ବେଳେ କମିଟି ସଦସ୍ୟ ପର୍ଶୁରାମ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଉଦଯୋଗି ଚାଷୀ,ବ୍ୟବସାୟୀ,ବୁଣାକାର,ବାଦ୍ୟକାର,ମତ୍ସ୍ୟ ଉତ୍ପା ଦନ,ଗୋପାଳନ,ରାଧାକୃଷ୍ଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସମାଜସେବୀ,ଓ ପି ଏସ ସି ରେ ସଫଳତା ଅର୍ଜନ କରିଥିବା ରାଜେଶ ମହାପାତ୍ରଙ୍କ ସହ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୧୩ ଙ୍କୁ ଉପଢୌକନ,ମାନପତ୍ର ଓ ବୃକ୍ଷ ଦେଇ ସମ୍ବର୍ଦ୍ଧିତ କରିଥି ଲେ। ପ୍ରତିଭାବାନ ନୃତ୍ୟଶିଳ୍ପୀ ଗ୍ରୁପ ଡ୍ୟାନ୍ସ ଦେଖିବା ପାଇଁ ପ୍ରବଳ ଭିଡ଼ ଜାମିଥିଲା।କମିଟିର ବିରଞ୍ଜନ ଦାସମହାପାତ୍ର,ପ୍ରତାପ ଚନ୍ଦ୍ର ଗିରି,ମାନସ କୁମାର ଉପାଧ୍ୟାୟ ସମେତ କମିଟିର ସମସ୍ତ ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ।ଆଇନ ଶୃଙ୍ଖାଳାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଥିଲା।