ବାଲେଶ୍ଵର:୩/୧୧(ବ୍ୟୁରୋ)ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଶ୍ୟାମନଗର ଅଞ୍ଚଳରେ ଗତ କାଲି ସନ୍ଧ୍ୟାରେ ଏକ ମାଈ ହାତୀ ମୃତ୍ୟୁ ବରଣ କରିଛି । ତେବେ ଉକ୍ତ ହାତୀ ଟି ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଶନିବାର ଖାଦ୍ୟ ପାଈଁ ଆସି ଗୋଠ ଛଡା ହୋଇ ଯାଇ ଏକୁଟିଆ ହୋଇ କ୍ରମସ ଅସୁସ୍ଥ ହୋଇ ଖାଦ୍ୟ ଛାଡି ଦେଇଥିଲା।
ତେବେ ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେବା ପରେ ବନ ବିଭାଗ ଆବଶ୍ୟକ ଚିକିତ୍ସା ଯୋଗାଇବାରେ ବିଫଳ ହୋଇଥିଲା। ବରଂ ଅତି ଖାମ ଖୀଆଲି ଓ ଦାୟିତ୍ଵ ହିନ ଭାବେ ଡିଏଫ୍ଓ, ରେଞ୍ଜର, ଫରେଷ୍ଟର ନେଇଥିଲେ ସେମାନେ ନିଜେ ଉପସ୍ଥିତ ରହିବା ପରିବର୍ତ୍ତେ ତଳିଆ କର୍ମଚାରୀ ଓ ଅସ୍ଥାୟୀ ଗଜସାଥୀ ଭରସାରେ ହାତୀ କୁ ଛାଡି ଦେଇଥିଲେ। ଫଳ ସ୍ୱରୂପ ଚିକିତ୍ସା ଅଭାବରୁ ଗତ କାଲି ସନ୍ଧ୍ୟାରେ ଅସୁସ୍ଥ ହାତୀଟି ମୃତ୍ୟୁ ବରଣ କରିଥିଲା । ତେବେ ମୃତ୍ୟୁର କାରଣ ବନ ବିଭାଗ ସ୍ପଷ୍ଟ କରି ନଥିବା ବେଳେ, ହାତୀଟି ଗର୍ଭବତୀ ଥିଲା ଓ ପ୍ରସବ ଯନ୍ତ୍ରଣାରେ ମୃତ୍ୟୁ ହୋଇ ଥାଇ ପାରେ ବୋଲି ଚର୍ଚ୍ଚା ଜୋର୍ ହେଉଛି । ତେବେ ହାତୀର ମୃତ୍ୟୁ ପରେ ବନ ବିଭାଗ ଅଧିକ ସକ୍ରିୟ ହୋଇ ଉଠୀଚି। ମୃତ୍ୟୁ ସ୍ଥାନରେ ବ୍ୟାରିକେଡ଼ କରିବା ସହିତ ମୃତ୍ୟୁ ହାତୀ କୁ ଜଗି ବସିଛି। ଡାକ୍ତରୀ ଟିମ୍, ଓ ବରିଷ୍ଠ ଅଧିକାରୀ ଙ୍କ ଉପସ୍ଥିତିରେ ପରେ ଶବ ବ୍ୟବଚ୍ଛେଦ ପରେ ଯେଶିବି ସାହାଯ୍ୟରେ ଗାତ ଖୋଳି ପୋତା ଯିବ ବୋଲି ସୂଚନା ମିଳିଛି। ଅନ୍ୟ ପଟେ ହାତୀ କୁ ଅନ୍ୟତ୍ର କେଉଁଠି ଜଙ୍ଗଲ ଭିତରେ ପୋଟିବାକୁ ଦାବି କରିବା ସହିତ ,ବନବିଭାଗ ଦାୟିତ୍ଵ ହୀନତା ଓ କର୍ତ୍ତବ୍ୟରେ ଅବହେଳା ପାଇଁ ହାତୀ ର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଏନେଇ ବିଭାଗୀୟ ଅଧିକାରୀ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।