ବାଲେଶ୍ଵର:୩୧।୧୦(ବ୍ୟୁରୋ): ଜିଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଆଜି ରୁପସା ରେଳ ଷ୍ଟେସନ ନିକଟରେ ଚଢାଉ କରାଯାଇ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୧୦ ଗ୍ରାମ ବାଉନସୁଗର ଜବତ ହୋଇଛି। ଗିରଫ୍ ଅଭିଯୁକ୍ତ ମାନେ ହେଲେ ରୂପସା ଥାନା ମିରିଗିମୁଣ୍ଡି ଗ୍ରାମର ସୁଦାମ ବେହେରା(୩୦) ଓ ସାମିଲ ହାସନପୁର ଗ୍ରାମର ଗୋକୁଳ ବର(୫୩)। ସୂଚନା ଅନୁସାରେ ଉକ୍ତ ଦୁଇ ବେପାରୀ ବ୍ରାଉନସୁଗାର ନେଇ ରୂପସା ରେଳଷ୍ଟେସନ ଅଞ୍ଚଳକୁ ବେପାର କରିବାକୁ ଆସିଥିଲେ।
କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଦର ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ ସଦଳବଳେ ଚଢାଉ କରି ଦୁଇ ବେପାରୀକୁ କାବୁ କରିବା ସହ ସେମାନଙ୍କ ନିକଟରୁ ୨୧୦ ଗ୍ରାମ ବାଉନସୁଗର ଜବତ କରିଥିଲେ। ଏ ସଂକ୍ରାନ୍ତରେ ୧୧୧/୨୫ ଓ ୧୯୭/୨୫ ମୂଳେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢାଉରେ ଏସ ଆଇ ଭକ୍ତଚରଣ ସ୍ବାଇଁ, ଏ ଏସ ଆଇ ଅନୀଲ କୁମାର ସାତୁଆ, କବିତା ସେନାପତି, ରଶ୍ମିରେଖା ପାତ୍ର, ପଙ୍କଜ ମହାନ୍ତି ପ୍ରମୁଖ ସାମିଲ ଥିଲେ। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୧ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବା ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।