ବାଲେଶ୍ଵର:୩୦।୧୦(ବ୍ୟୁରୋ): ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଯୁଣବଳଦା ନିୟୁ ବୁଲବୁଲ ହୋଟେଲ ସମ୍ମୁଖରେ ଯାତ୍ରୀବାହି ବସ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ୩ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ଣ ୭:୩୦ ସମୟରେ ଏହେସାନ ନାମକ ଯାତ୍ରୀବାହି ବସ୍ ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଯାଉଥିବା ସମୟରେ ଯୁଣବଳଦାସ୍ଥିତ ଉକ୍ତ ହୋଟେଲ ସମ୍ମୁଖରେ ବସଟି ହଠାତ୍ ବାମକୁ ବୁଲି ପଡ଼ିଥିଲା। ଏହି ସମୟରେ ପଛକୁ ଥିବା ଟ୍ରକ( ଏପି ୧୬ଟିଇ ୭୩୬୯) ବସଟିକୁ ଧକ୍କା ଦେଇଥିଲା। ଫଳରେ ବସଟିରେ ଥିବା ୩୫ଯାତ୍ରୀଙ୍କ ମଧ୍ଯରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବସ୍ତା ହସ୍ପିଟାଲକୁ ନିଆଯାଇଥିଲା। ଜାତୀୟ ରାଜପଥ ପହରା ପୁଲିସ ସମେତ ଅମର୍ଦ୍ଦାରୋଡ଼ ଫାଣ୍ଡି ପୁଲିସ ପହଞ୍ଚି ଗାଡ଼ି ବନ୍ଦୋବସ୍ତ କରି ଅନ୍ୟ ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲେ। ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।