ବାଲେଶ୍ଵର:୩୦/୧୦(ବ୍ୟୁରୋ)ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି।ବସ୍ତା ବ୍ଲକ ବି ଡି ଓ ମିହିର ରଞ୍ଜନ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଜଳେଶ୍ୱର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ବନି କୁମାର ପାତ୍ର,ମୁଖ୍ୟବକ୍ତା ଭାବେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅମିତା ରାଣୀ ପାତ୍ର,ବିଶିଷ୍ଟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନି ଜେନା ଓ ସମ୍ମାନିତ ଅତିଥି ଭାବେ ବସ୍ତା ବ୍ଲକ ଅଧକ୍ଷା ଅଞ୍ଜଳି ଦାସ,ଉପାଧ୍ୟକ୍ଷ ଦିଲିପ କୁମାର ଦାସମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ମତ୍ସ୍ୟ ଓ ବୈଜ୍ଞାନିକ ଦ୍ୱାରା ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉପରେ ସଚେତନା କରାଇବା ସହିତ ନୂତନ ପଦ୍ଧତି ସମ୍ପର୍କରେ ଆଲୋକପାତ କରାଇଥିଲେ।
ବିଧାୟିକା ଶ୍ରୀମତୀ ଜେନା ନିଜେ ଜଣେ ଚାଷୀ ପରିବାର ର ଝିଅ ହିସାବରେ ନିଜର ଗାଈ ଚାଷ, ଛତୁ ଚାଷ, ଏବଂ ମାଛ ଚାଷ ରୁ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ନିଜେ ଉଦାହରଣ ଦେଇଥିଲେ. ସରକାର ଗ୍ରାମାଞ୍ଚଳ ରେ ଲୋକମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବାକୁ ପ୍ରୋତ୍ସାହନ ଦେଇ ଆସୁଥିବା ବେଳେ ଲୋକମାନେ ଏହାର ସୁବିଧା ନେବାକୁ ମଂଚାସୀନ ଅତିଥି ମାନେ କହିଥିଲେ.ବିଶିଷ୍ଟ ଅତିଥି ଭାବେ ଭଦ୍ରକ ମତ୍ସ୍ୟ ଓ ପ୍ରାଣୀ ବିଜ୍ଞାନ ଡ: ବିଶ୍ୱରଞ୍ଜ ନ ସାମନ୍ତ ରାୟ,ଜଳେଶ୍ୱର ବ୍ଲକ ପଶୁ ଚିକିତ୍ସକ ଡ: ଶିଶିର କୁମାର ଲେଙ୍କା ଓ ନୀଳଗିରି ବ୍ଲକ ପଶୁ ଚିକିତ୍ସକ ଡ:ଶୁଭାଶିଶ ମହାପାତ୍ର ପଶୁ ସମ୍ପଦ ଓ ମତ୍ସ୍ୟ ବିଷୟରେ ବିଭିନ୍ନ ଉଦ୍ଧାହରଣ ମାଧ୍ୟମ ଦେଇ ସଚେତନ କରାଇଥିଲେ।ସରକାର ପ୍ରଥମେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ମେଳା ଆୟୋଜନ କରିଆସୁଥିବା ବେଳେ ଏବେ ବ୍ଲକ ସ୍ତରରେ ମେଳା କରି ଅଧିକ ରୁ ଅଧିକ ଲୋକଙ୍କୁ ସଚେତନ କରାଇ, ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ନିଷ୍ପତି ନେଇଥିବା କହିଛନ୍ତି ସିଡିଭିଓ ରବିନାରାୟଣ ପଟନାୟକ.ଏତତ ବ୍ୟତୀତ ସଂସ୍କୃତି ଉଜ୍ଜୀବିତ ରଖିବାକୁ ପାଲା ଓ ଦାସ କାଠିଆ ମାଧ୍ୟମାରେ ଚାଷୀ ଭାଇ ଭଉଣୀ ମାନଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ବାର୍ତ୍ତା ଦେବା ପୂର୍ବକ ସଚେତନ କରାଇଥିଲେ।ବସ୍ତା ବ୍ଲକ ଗୋଷ୍ଠୀ ପ୍ରାଣୀ ବିଭାଗ ଅଧିକାରୀ ଡ:ଲଲାଟେନ୍ଦୁ କେଶରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀ ରଞ୍ଜନ କୁମାର ଗିରି ଧନ୍ୟବାଦ ଦେଇଥିଲେ.