ବାଲେଶ୍ଵର (ବ୍ୟୁରୋ): ବିଷାକ୍ତ ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର ହୋଇଛନ୍ତି। ସେପଟେ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତେବେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଢାମଣାହାଣ୍ଡି ଗ୍ରାମର ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଗତକାଲି ଅପରାହ୍ପ୍ରାନ ପ୍ରାୟ ୨ଟା ସମୟରେ ତାଙ୍କ ସହ ସମ୍ପର୍କୀୟ ଶାନ୍ତିଲତା ମାଝୀ, ପାର୍ବତୀ ମାଝୀ ଓ ସାନଟୁକିଙ୍କ ସହ ମିଶି ଆମଟ ତରକାରୀ (ଏକ ପ୍ରକାର ଆଦିବାସୀ ଖାଦ୍ୟ) ଖାଇ ଥିଲେ। ଏହି ତରକାରୀ ଖାଇବା ପରେ ପ୍ରଥମେ ପଦ୍ମିନୀ ବାନ୍ତି କରିଥିଲେ। ତାଙ୍କ ସହ ଆମଟ ଖାଇଥିବା ଅନ୍ୟମାନେ ବି ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ପ୍ରଥମେ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଜି ସଂଧ୍ୟା ପ୍ରାୟ ୭ଟା ୩୦ରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା

ଜୟପୁରରେ ତାଙ୍କ ସମ୍ପର୍କୀୟ ପାର୍ବତୀ ମାଝୀଙ୍କ ମୃତ୍ୟୁ ଘଟିଥିଲା। ପୂର୍ବତନ ମନ୍ତ୍ରୀଙ୍କ ସହ ଅନ୍ୟ ୨ ଜଣଙ୍କୁ କୋରାପୁଟ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ବି ପଦ୍ମିନୀଙ୍କ ସହ ଅନ୍ୟ ୨ ଗୁରୁତର ଥିବା ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିବାରେ ଲାଗିଛି ।