ବାଲେଶ୍ଵର:୨୯/୧୦(ବ୍ୟୁରୋ)ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ଏସ ଆର ମୋଟର୍ସ ଟିଭିଏସ ସୋରୁମ୍ ରେ ଟିଭିଏସ କ୍ରେଡିଟ ଫାଇନାନ୍ସ ଦ୍ୱାରା ଆଜି ଲକି ଡ୍ର ବିଜେତା ଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି.ଭୁବନେଶ୍ୱର ଟିଭିଏସ ଫାଇନାନ୍ସ ଦ୍ୱାରା ଟିଭିଏସ କ୍ରେଡିଟ ଫାଇନାନ୍ସ ତରଫରୁ ଏସ ଆର ମୋଟର୍ସ ସୋ ରୁମ, ଗାନ୍ଧିଛକ ଠାରେ ସେପ୍ଟେମ୍ବର 22 ତାରିଖ ରୁ ଅକ୍ଟୋବର 28 ମଧ୍ୟରେ କିଣା ବିକା ଉପରେ ଲକି ଡ୍ର ବିଜେତା ଙ୍କୁ ଆଜି ପୁରସ୍କୃତ କରାଯାଇଛି
ସୋ ରୁମ ର ମାଲିକ ରାଜୀବ ଲୋଚନ ଜେନା ଏବଂ ଫାଇନାନ୍ସ ମେନେଜର ଦିବ୍ୟ ଶଙ୍କର ବାଗ ଙ୍କ ଉପସ୍ଥିତି ରେ ବିଜେତା ମାନସ ମୁଖି ଓ ରିତାରାଣୀ ବେହେରା ଙ୍କୁ ଏଲ ଇ ଡି ଟିଭି ପ୍ରଦାନ କରାଯାଇଛି. ତେବେ ଏସ ଆର ମୋଟର୍ସ ସୋ ରୁମ, ଗାନ୍ଧିଛକ ଦ୍ୱାରା ସାତ ଜଣ ବିଜେତା ଘୋଷିତ ହୋଇଛନ୍ତି. ସେମାନେ ହେଲେ ଲାବିନି ହେମ୍ବ୍ରମ, ଅର୍ଜୁନ ସନ୍ତ୍ରା, ସର୍ବେଶ୍ୱର ରାଉତ, ବରେନ୍ଦ୍ର ନାୟକ, ଅଞ୍ଜଳି ସିଂ. ତେବେ ଟିଭିଏସ ଫାଇନାନ୍ସ ପକ୍ଷରୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତେ ନିଜ ନିଜର ପୁରସ୍କାର ଗାନ୍ଧିଛକ ସୋ ରୁମ ରୁ ଆସି ନେଇଯିବାକୁ ସୋ ରୁମ ମାଲିକ ନିବେଦନ କରିଛନ୍ତି.